ବାସୁଦେବପୁର: ମାସେ ତଳେ ଘଟିଯାଇଥିବା ବାହାନଗା ରେଳ ଦୁର୍ଘଟଣା ଏବେବି ଲିଭିଲି କାହାରି ଆଖିରୁ ସେ ହୃଦୟ ବିଦାରକ ଦୃଶ୍ୟ,, ଆଜି ବି ସ୍ତ୍ରୀ ଝୁରୁଛି ତା ସ୍ବାମୀ କୁ, ପୁଅ ଝୁରୁଛନ୍ତି ପୁଅ କୁ,,,ଆଜିବି ସୁଖିନି ମା ଆଖିରୁ ଲୁହ, ସ୍ତ୍ରୀ ଆଖିରୁ ଲୁହ ଓ କେତେକ ପରିବାର କୂଳ ହରା, ଏହିକ୍ରମରେ ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସ୍ୱାମୀକୁ ହରାଇ ଥିବା ବହୁ ଆଜି ବାସୁଦେବପୁର ଥାନାର ଦ୍ୱରସ୍ଥ ହୋଇଛନ୍ତି, ଘଟଣାରୁ ପ୍ରକାଶଯେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାସୁଦେବପୁର ବ୍ଲକ ଅଧିନ ସୁଗୋ ଗ୍ରାମପଂଚାୟତରେ ପ୍ରାଣ ହରାଇ ଥିବା ସର୍ଗତ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ପତ୍ନୀ ବିଜୟା ସାହୁ, ଅଭିଯୋଗ ଅନୁସାରେ ବାହାନଗା ରେଳ ଦୁର୍ଘଟଣାରେ ମିଳିଥିବା ସହାୟତା ରାଶି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ରାଶି ମୋଟା ଚଉଦ ଲକ୍ଷ,ପଚାଶ ହଜାର ଟଙ୍କା ଯାହା ବିଜୟା ସାହୁଙ୍କୁ ମିଳିଥିଲା ଯାହା ତାଙ୍କ ପାସ ବୂକରେ ପଦ୍ମପୁରରେ ଥିବା ଗ୍ରାମ୍ୟ ବ୍ୟାଙ୍କରେ ରଖିଥିଲେ, ଉକ୍ତ ଟଙ୍କାକୁ ତାଙ୍କ ଶଶୁର ଘର ଲୋକ ଧମାକାଇ ତାଙ୍କ ଠାରୁ ଦସ୍ତଖତ ନେଇ ଟଙ୍କା ଉଠେଇ ନେଇଥିବାର ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ବାପା ଘର ଲୋକ ଙ୍କ ସହ ଯୋଗାଯୋଗ କରି ପାରିଲେ ନାହିଁ ତାଙ୍କ ମୋବାଇଲ ତାଙ୍କ ପାଖରେ ନ ଥିବାରୁ। ଅନ୍ୟ ପକ୍ଷରେ ବିଜୟା ସାହୁ ଙ୍କ ଶଶୁର ଙ୍କ ସହ ଯୋଗାଯୋଗ କରି ବାରୁ ବୋହୂ ପଇସା ନିଜେ ଦସ୍ତ ଖଟ କରି ଉଠାଇଥିବା କଥା କହିଛନ୍ତି, ଧମକ ପୂର୍ଣ୍ଣ ବିଷୟ କୁ ସମ୍ପୂର୍ଣ ଭିତି ହିନ ବୋଲି କହିଛନ୍ତି। ଦେଖିବାକୁ ବାକି ରହିଲା ପୋଲିସ ର ତଦନ୍ତ ରେ କଣ ସତ୍ୟତା ଆସୁଛି ।
Sign in
Sign in
Recover your password.
A password will be e-mailed to you.