ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ୭୪ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିନାୟକ ମିଶ୍ର , ବନପାଳ ସରୋଜ ସାହୁ ଓ ସମାଜସେବୀ ନିରୋଜ ଦୋରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।
ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ପାଳିତ ହେବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଭାବେ ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିନାୟକ ମିଶ୍ର ମୁଖ୍ୟ ଅତିଥି, ବନପାଳ ସରୋଜ ସାହୁ ଓ ସମାଜସେବୀ ନିରୋଜ ଦୋରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋହନ ବନଛୋରଙ୍କ ସଭାପତିତ୍ବରେ ସମସ୍ତେ ଛାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ତାପରେ ଅତିଥି ମାନେ ଛାତ୍ର ମାନଙ୍କୁ ପୃଥିବୀ ପ୍ରତି ମାଡ଼ି ଆସୁଥିବା ବିପଦ ଓ ବୃକ୍ଷରୋପଣ ଦ୍ଵାରା ସମ୍ଭବ ପ୍ରତିକାର ବିଷୟରେ ବର୍ଣ୍ଣନା କରିଥିଲେ। ତାପରେ ଛାତ୍ର କିଭଳି ଭାବରେ ବୃକ୍ଷ ରୋପଣ କରି ନିଜ ନିଜର ସାମାଜିକ ଦାୟିତ୍ଵ ନିର୍ବାହ କରିବା ସହ ଦେଶର ମଙ୍ଗଳ କରିପାରିବେ ସେ ଆହ୍ବାନ ଦେଇଥିଲେ।
ଏହା ପରେ ସମସ୍ତେ ମିଶି ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରଭାସିନୀ ସା, ତୃପ୍ତିମୟୀ ଝମରା, ରୁଦ୍ରାଙ୍ଗଦ ବାରିକ, ପ୍ରୀତିରଶ୍ମି ସେଠ, ମଧୁମିତା ବର୍ଗେ, ହରେକୃଷ୍ଣ ମେହେର, ସୁନୀତା ଖମାରୀ, ଅଭିଳାଷ ସାହୁ, ଦୀପକ ତିୱାରୀ ଓ ବିଦ୍ୟାଳୟର କର୍ମଚାରୀ କୃଷ୍ଣଚନ୍ଦ୍ର ପ୍ରଧାନ ଓ ନିରୁପମା ଭୋଇ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.