ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ “ସ୍ୱାସ୍ଥ୍ୟ ଓ ସୁସ୍ଥତା ସକାଶେ ଆମ ପରିସଂସ୍ଥା”ମୁଖ୍ୟ ବିଷୟ ଉପରେ ଆଧାରିତ ପ୍ରକଳ୍ପ ଉପସ୍ଥାପନା ପ୍ରତିଯୋଗିତା ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ , ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜନ କରାଯାଇଛି।
ଛାତ୍ର /ଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରି ବିଜ୍ଞାନ ପ୍ରତି ଆକୃଷ୍ଟ କରି ଗବେଷଣା , ତଥ୍ୟ ସଂଗ୍ରହ କରି ବିସ୍ଲେଷଣ କରିବା ଦ୍ୱାରା ଏକ ସିଦ୍ଧାନ୍ତ ରେ ଉପନୀତ ହୋଇ ଏହାର ପ୍ରୟୋଗ କରିବା ଏହି ପ୍ରତିଯୋଗିତା ର ମୁଖ୍ୟ ଉଦ୍ଦେଶ୍ୟ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପ୍ରଧାନ ଏହାର ଶୁଭାରମ୍ଭ କରିଥିଲା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ. ରବି କୁମାର ପ୍ରତିଯୋଗିତାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଜାଜପୁରର ପ୍ରଧାନ ଶିକ୍ଷକ ତଥା ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଓ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳକୃଷ୍ଣ ମାଝୀ ବିଚାରକ ଭାବେ ଯୋଗ ଦେଇଥିଲେ।
ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ମୋଟ ୧୮ ଟି ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ବି.ଏମ. ଉଚ୍ଚ ବିଦ୍ୟାଳୟ , ଖାରଡ଼ାର ଛାତ୍ରୀ ଏ. ଗୌତମୀ , କେ. ସୀତାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନିତା କୁମାରୀ ଓ କୋରଡ଼ା ସିଂ ଉନ୍ନୀତ ଉଚ୍ଚ ବିଧ୍ୟାଳୟର ଅନିରୁଦ୍ଧ ଶବର ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି। ଠିକ୍ ସେହିପରି ଜୁନିଅର ବିଜ୍ଞାନ ଓ ଗଣିତ ଓଳିମ୍ପିୟଡ଼ରେ ୩୬ ଜଣ ଅଂଶ ଗ୍ରହଣକରି ଥିଲେ ସେମାନଙ୍କ ମଧ୍ୟରୁ କୁମାରୀ ଶିବଞ୍ଜଳି , ମିନତୀ ପ୍ରଧାନ ଓ ଏରସନ ଗମାଙ୍ଗ ପୁରସ୍କୃତ ହୋଇଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମକୁ ନିମାନୀ ଜଗଦିଶ , ସୁରଜିତ ନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post