ଜଗତସିଂହପୁ/ସୁମନ୍ତକୁମାରଦାସ: ଜଗତସିଂହପୁର ରିଟେଲ ଡିଲର ସଂଘ ପକ୍ଷରୁ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ କରାଯାଇଛି । ୫ଦଫା ଦାବି ପୂରଣ ନିମନ୍ତେ ଡିଲରମାନେ ଦୀର୍ଘ ଦିନ ଧରି ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନେହୁରା ହୋଇଥିଲେ ମଧ୍ୟ ଏଥି ପ୍ରତି କେହିଁ ଦୃଷ୍ଟି ଦେଉ ନଥିଲେ । ଯାହାର ପରିଣାମ ଆଜି ରିଟେଲ ଡିଲରମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହୋଇଛନ୍ତି । ଦାବି ଅନୁଯାୟୀ ଡିଲରମାନେ କରୋନା ସମୟରେ ନିଜର ତଥା ନିଜ ପରିବାରର ଜୀବନକୁ ବିପନ୍ନ କରି ମାଗଣାରେ ଯୋଗାଇ ଦିଆଯାଇଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୀର୍ଘ ୨୮ମାସ ଧରି ବିନା ପାରିଶ୍ରମିକରେ ବିତରଣ କରିଥିଲେ । ଏ ନେଇ କେନ୍ଦ୍ର ସରକାର ପାରିଶ୍ରମିକ ଅର୍ଥ ପ୍ରଦାନ କରିଥିଲେ ମଧ୍ୟ ରାଜ୍ୟ ସରକାର ତାହାକୁ ପ୍ରଦାନ କରିବାରେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । ତେବେ ବାରମ୍ବାର ଦାବି କରିବା ପରେ ରାଜ୍ୟସରକାର ମାତ୍ର ୬ମାସର ପାଉଣା ଦେଇ ଅବଶିଷ୍ଟ ୨୨ମାସର ପ୍ରାପ୍ୟ ଦେଉ ନାହାନ୍ତି । ପୁନଶ୍ଚ ଚଳିତ ଜାନୁୟାରୀ ମାସରୁ ଜୁନ ମାସ ପର୍ଯ୍ୟନ୍ତ ଅଗ୍ରୀମ ଭାବେ ସାମଗ୍ରୀ ବଣ୍ଟନ କରିଚାଲିଥିଲେ ମଧ୍ୟ ପାରିଶ୍ରମିକ ବାବଦକୁ କିଛି ପଇସା ଦିଆଯାଇ ନାହିଁ କି ଏ ନେଇ ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ । ଅପରପକ୍ଷରେ ଡିଲର ମାନେ ନିଜ ଅର୍ଥରୁ ଦୋକାନଗୃହ ଭଡ଼ା, ନେଟ ଖର୍ଚ୍ଚ, ସହାୟକମାନଙ୍କ ପାରିଶ୍ରମିକ, କୋଟା ଖାତାର ଖର୍ଚ୍ଚ, ବିଦ୍ୟୁତ ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ ପଇଠ କରି ସାମଗ୍ରୀ ବିତରଣ କରି ଚାଲିଛନ୍ତି । ପୁନଶ୍ଚ ପରିବହନ ଠିକାଦାରମାନେ ସେମାନଙ୍କ ପ୍ରାପ୍ୟ ପାଉଥିବାବେଳେ ଖୁଚୁରା ବିକ୍ରେତାମାନେ ଏଥିରୁ ବଞ୍ଚିତ ହେବା ଦୁର୍ଭାଗ୍ୟ ଜନକ ବୋଲି ଡିଲର ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଜଗତସିଂହପୁର ଡିଲର ସଂଘ ସଭାପତି ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲା ସମସ୍ତ ଡିଲରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ୫ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ବିକ୍ଷୋଭରେ
ଉପସଭାପତି କୈଳାଶ ଚନ୍ଦ୍ର ସ୍ୱାଇଁ , ନରେଶ ଚନ୍ଦ୍ର ସାଇଁ , ମହେନ୍ଦ୍ର ଚନ୍ଦ୍ର ସ୍ୱାଇଁ ସାଧାରଣ ସମ୍ପାଦକ ତରୁଣ କୁମାର ସ୍ୱାଇଁ , ଯୁଗ୍ମ ସମ୍ପାଦକ ପ୍ରେମାନନ୍ଦ ମହାପାତ୍ର, ସହ ସମ୍ପାଦକ ଅଜିତ କୁମାର ଷଡ଼ଙ୍ଗୀ, ରବୀନ୍ଦ୍ର କୁମାର ସାହୁ, ଯଶୋବନ୍ତ ପଲ୍ଲେଇ, ହରେକୃଷ୍ଣ ବେହେରା, ଅନାଦି ସ୍ୱାଇଁ, କୋଷାଧକ୍ଷ ଅଭୟ କୁମାର ବାରିକ, ଉପଦେଷ୍ଟା ମଣ୍ଡଳୀ ମାନସି ନାୟକ, ନୟନା ସାହୁ, ଇବ୍ରାହିମ ଖାନ, ଶିବ ପ୍ରସାଦ ମହାନ୍ତି,ରାଜୀବ ଲୋଚନ କୁଅଁର,ସଂଯୋକ ଭାବେ ପ୍ରମୁଖ ରାଉତ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ରିଟେଲ ମାନେ ବିକ୍ଷୋଭ କରିବା ସହ ଯୋଗାଣ ଅଧିକାରୀ ଙ୍କୁ ଦାବି ପତ୍ର ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post