ପ୍ରଦ୍ୟୁମ୍ନ ଙ୍କର ଉଦ୍ୟମରେ ଗୁରୁତର ଆହତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଲା ସହାୟତା

0 2

ରେଳ ଲାଇନ ପାର ହେଉଥିବା ବେଳେ ଯୁବକଙ୍କ ଗୋଡ଼ କଟିଯିବା ଘଟଣା

ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ପାଟକୁଲୁଣ୍ଡାର ରେଳ ଗୁରୁତର ଆହତ ସୁଶାନ୍ତ ମହାନନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ମିଳିଛି। ଗତ ରବିବାର ସୁଶାନ୍ତ ବରପାଲି ଜଗନ୍ନାଥ ନଗର ରେଳ ଲାଇନ ପାର ହେଉଥିବା ବେଳେ ଚଳନ୍ତା ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ କଟି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନା ଓ ପରେ ବୁର୍ଲା ନିଆଯାଇଥିଲା । ତାଙ୍କ ପରିବାରର ଆର୍ଥିକ ଦୁରାବସ୍ଥା ଲାଗିରହିଥିବାରୁ ଚିକିତ୍ସା ସହାୟତା ପାଇଁ ବରଗଡ ଜିଲ୍ଳା ଯୁବ ବିଜେଡି ସଭାପତି ପ୍ରଦ୍ଯୁମ୍ନ ତ୍ରିପାଠୀଙ୍କ ସହାୟତା ନେଇଥିଲେ ପରିବାର ଲୋକେ । ଶ୍ରୀ ତ୍ରିପାଠୀ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ଜିଲ୍ଲା ପ୍ରଶାସନ ଏବଂ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଟ୍ୱିଟ କରି ଅନୁରୋଧ ଜଣାଇଥିଲେ। ବରଗଡ ଜିଲ୍ଲାପାଳ ମନୀଷା ବନର୍ଜୀଙ୍କଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତିରିଶ ହଜାର ଟଙ୍କା ଚିକିତ୍ସା ସେବାକାର୍ଯ୍ଯ ପାଇଁ ସହଯୋଗ ମିଳିଥିବା ଜଣାପଡିଥିଲା। ସହାୟତା ରାଶି ମିଳିଥିବାରୁ ଅସହାୟ ପରିବାର ନିଜ ସନ୍ତୋଷ ଜଣାଇଥିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.