ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଆରମ୍ଭ ହେଲା ଦିଗଦର୍ଶନ କାର୍ଯ୍ୟକ୍ରମ

0 2

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଯୋଗଦାନ

ଭୁବନେଶ୍ୱର: ଶୈକ୍ଷିକ ବାତାବରଣ ସହ ଜଡ଼ିତ ସବୁ ବର୍ଗର ଲୋକଙ୍କୁ ପୁରସ୍କୃତ ତଥା ସମ୍ମାନିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରା ଏହି ପୁରସ୍କାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନିମନ୍ତେ ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦଠାରେ ଏକ ଦୁଇ ଦିନିଆ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛିା ଏହି କାର୍ଯ୍ୟକ୍ରମରେ “ରାଜ୍ୟ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ’ର ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଛନ୍ତିା
ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ ପୁରସ୍କାର, ପୁରାତନ ଛାତ୍ର ସଂସଦ ପୁରସ୍କାର, ଗ୍ରାମ ପଞ୍ଚାୟତ ପୁରସ୍କାର, ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର, ଡିଆଇଇଟି ପୁରସ୍କାର ଏବଂ ସିଆରସିସି, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ପୁରସ୍କାର ଆଦି ବର୍ଗରେ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଯୋଗ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ଆୟୋଜିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଏହି ଶିକ୍ଷା ପୁରସ୍କାରର ସବିଶେଷ ବିବରଣୀ ଡିଆଇଇଟିର ଅଧ୍ୟକ୍ଷମାନଙ୍କୁ ପ୍ରଦାନ କରାଯାଇଛିା ଏହାସହ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ପୁରସ୍କାର ସମ୍ବନ୍ଧୀୟ ମୁଖ୍ୟ ପ୍ରଶିକ୍ଷଣ ପୁସ୍ତିକା ଓ ଅନ୍ୟାନ୍ୟ ମୁଦ୍ରଣ ସାମଗ୍ରୀ ଯୋଗାଇ ଦିଆଯାଇଛିା ପରବର୍ତ୍ତୀ ସମୟରେ ଜିଲ୍ଲାସ୍ତରରେ ଆୟୋଜିତ ହେଉଥିବା କ୍ଲଷ୍ଟର ବୈଠକଗୁଡିକରେ ଉକ୍ତ ଡିଆଇଇଟି ଅଧ୍ୟକ୍ଷମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଓ ଅନ୍ୟ ଅଧିକାରୀମାନଙ୍କୁ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ଧାରଣା ପ୍ରଦାନ କରିବୋ
ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଥିବା ଶିକ୍ଷା ପୁରସ୍କାରର ଏହି ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍. ପୁରସ୍କାର ସମ୍ବନ୍ଧରେ ପ୍ରାରମ୍ଭିକ ଧାରଣା ପ୍ରଦାନ କରିଥିଲୋ ସେ କହିଛନ୍ତି, ଏହା ହିଁ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରକୃତ ବିସ୍ତାରା “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର କାର୍ଯ୍ୟକାରିତା, ଏଫଏଲଏନ୍ ମଡେଲଗୁଡିକର ପ୍ରଚଳନ, ସିଆରସିସିମାନଙ୍କର ମାସିକ କ୍ଲଷ୍ଟର ବୈଠକ ଓ ଡିଆଇଇଟିର ତତ୍ତ୍ୱାବଧାନ ଭଳି ମୁଖ୍ୟତଃ ୪ଟି ବିଷୟ ଉପରେ ବିଭାଗୀୟ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍ ଗୁରୁତ୍ୱାରୋପ କରିଥିଲୋ ଏଥିରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢ଼ୀ, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ ଜେନା, ମୋ ସ୍କୁଲର ଭାରପ୍ରାପ୍ତ ଅଧିକାରୀ କାବେରୀ ମୁଦୁଲି ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲୋ

Leave A Reply

Your email address will not be published.