ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ମିଶନ ଗ୍ରୀନ

0 2

ଗାଇସିଲେଟ/ମନ ଡନସନା- ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ମିଶନ ଗ୍ରୀନ | ଏହିି ମିଶନର ଆରମ୍ଭ ଆଜି ତାଳପାଲି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭିନ୍ନ ଭିନ୍ନପ୍ରକାର ବୃକ୍ଷ ରୋପଣ ରୁ ଆରମ୍ଭ ହୋଇଥିଲା । ଡାକ୍ତର ସୁମିତ ମିଶ୍ର ଏହି ମିଶନ ଆରମ୍ଭ କରି କହିଥିଲେ ଖୁବ୍ ଶୀଘ୍ର ଏହି ଚିକିତ୍ସାଲୟ କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ କରାଯିବ। ଯାଦ୍ଵାରା ରୋଗୀ ମାନେ ଶୁଦ୍ଧ ଅକ୍ସିଜେନ ପାଇ ଉପକୃତ ହେବେ ଏବଂ ସବୁଜ, ସୂନ୍ଦର୍ ପରିବେଶ ରୋଗୀ ମାନଙ୍କ ମାନସିକ ସ୍ୱାସ୍ଥ୍ୟ କୁ ଆହୁରି ସୁଦୃଢ଼ କରିବ।ଡାକ୍ତର ଙ୍କ ନୁଆଁ ନାରା ମିଶନ ଗ୍ରୀନ ତାଲପାଲି | ଏହି କାର୍ଯ୍ୟକ୍ରମରେ ଚିକିତ୍ସାଲୟ ର ବରିଷ୍ଠ ଫାର୍ମାସୀଷ୍ଟ ଅଶୋକ ମହାନ୍ତି ଦୀର୍ଘ ପରିଶ୍ରମ କରି ଏହାକୁ ସଫଳ କରିଥିଲେ।କିରାଣୀ ରିୟାଜ ଖାଁ ,ସୁପରଭାଇଜର ଲମ୍ବୋଦର ପାତ୍ର ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଆହୁରି କୁ ବ୍ୟାପକ କରାଯିବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହୃଦୟତାର ସହ ସାହାଯ୍ୟ କରିଥିବାରୁ ଏହା ଏକ ସୁନ୍ଦର ପ୍ରୟାସ ବୋଲି ଅଞ୍ଚଳ ରେ ଚର୍ଚା ହଉଚି।

Leave A Reply

Your email address will not be published.