ମାହାଙ୍ଗା ବ୍ଲକ ସ୍ତରୀୟ 789 ଜଣଙ୍କୁ ଭତ୍ତା ବଣ୍ଟନ , ତିନିଚକିଆ ସାଇକେଲ, ଶ୍ରବଣଯନ୍ତ୍ର ବଣ୍ଟନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ବିନିଯୋଗ ପାଣ୍ଠି ବଣ୍ଟନ କାର୍ଯ୍ୟକ୍ରମ :

0 2

https://youtu.be/sWUL7O5bQAM 

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶମୂଳକ ଯୋଜନାରେ ସମସ୍ତ ଯୋଗ୍ୟ  ହିତାଧିକାରୀ ଙ୍କୁ ସାମିଲ କରିବା ଆମର ଦାୟିତ୍ୱ – ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା l   

(ମାହାଙ୍ଗା – ଦେବେନ୍ଦ୍ର ଷଡ଼ଙ୍ଗୀ) : ମାହାଙ୍ଗା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ମାନଙ୍କୁ ନୂତନ ଭତ୍ତା ପ୍ରଦାନ, ତିନି ଚକିଆ ସାଇକେଲ ପ୍ରଦାନ , କମ ଶୁଭୁଥିବା ଦିବ୍ୟାଙ୍ଗ ମାନଙ୍କୁ ଶ୍ରବଣ ଯନ୍ତ୍ର ଓ ସ୍ୱୟଂ ସହାୟକ ଗୋଷ୍ଠି ମହିଳା ମାନଙ୍କୁ ବିନିଯୋଗ ପାଣ୍ଠି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମାହାଙ୍ଗା ବ୍ଲକ ଭାରପ୍ରାପ୍ତ ବିଡ଼ିଓ ଜ୍ଞାନରଞ୍ଜନ ପଣ୍ଡା ଙ୍କ ସଭାପତିତ୍ବ ରେ ଏହି କାର୍ଯ୍ୟକ୍ରମ  ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି 789 ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ଭତା ବଣ୍ଟନ, କମ ଶୁଭ଼ୁଥିବା ଦିବ୍ୟାଙ୍ଗ ଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ , ତିନି ଚକିଆ ସାଇକେଲ ବଣ୍ଟନ , ସ୍ୱୟଂ ସହାୟକ ଗୋଷ୍ଠି ମହିଳା ଙ୍କୁ ବିନା ସୁଧରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବଣ୍ଟନ କରିଥିଲେ l ଅପରପପକ୍ଷ ରେ ଏକ ସଭାରେ ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ କି ଯେଉଁ ଯୋଗ୍ୟ ହିତାଧିକାରୀ ମାନେ ଭତ୍ତା ପାଇବାରୁ ବଂଚିତ ଅଛନ୍ତି ସେ ସମସ୍ତ ଯୋଗ୍ୟ ହିତାଧିକାରୀ ଅନଲାଇନରେ ଆବେଦନ କରିଦିଅନ୍ତୁ ତାଙ୍କୁ ଭତ୍ତା ପ୍ରଦାନର ବ୍ୟବସ୍ଥା ଆମେ କରିବୁ, ନବୀନ ପଟ୍ଟନାୟକ ଙ୍କ ସରକାରରେ କୌଣସି ଗୋଟେ ବି ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେବେ ନାହିଁ ସେଥିପାଇଁ ବ୍ଲକ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ପଂଚାୟତ ର ସରପଞ୍ଚ ମାନେ ମଧ୍ୟ ଗୁରୁତର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ l ଏପରିକି ସମସ୍ତ ପଞ୍ଚାୟତରେ ଗ୍ରାମାଞ୍ଚଳ ରେ ରହିଥିବା ଗ୍ରାମ ଦେବତୀ ଙ୍କ ପୀଠର ଉନ୍ନତି ପାଇଁ ଆମ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ଶ୍ରୀଘ୍ର ଉନ୍ନତିମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସହ ଅତିଥି ଭାବେ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ସିଡିପିଓ ପ୍ରମୋଦିନୀ ଦାଶ , ପୂର୍ବତନ ବ୍ଲକ ଅଧକ୍ଷ ଶରତ ନାୟକ, ଜିଲ୍ଲାପରିଷଦ ଜଗବନ୍ଧୁ ସେଠୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସୁସ୍ମିତା ଦାସ,ପୂର୍ବତନ ଜିଲ୍ଲାପରିଷଦ ହୃଷିକେଶ ସ୍ୱାଇଁ, ଯୁବନେତା ଅମୀୟ ନାୟକ, ଭବାନୀ ଶଙ୍କର ସାମଲ ଙ୍କ ସମେତ ବ୍ଲକ କର୍ମଚାରୀ, ସରପଞ୍ଚ, ସମିତିସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠି ମହିଳା ମାନେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l ତେବେ ମାହାଙ୍ଗା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ବିଧାୟକ ପ୍ରତାପ ଜେନା ଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ ସମ୍ଭବ ହୋଇପାରୁଛି ଯାହା ପାଇଁ ବିଧାୟକ ଶ୍ରୀ ଜେନା ବାରମ୍ବାର ବିଜୟ ଲାଭ ହୋଇ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିପାରିଛନ୍ତି ଆଗକୁ ମଧ୍ୟ ଜନସାଧାରଣ ଙ୍କ ଆଶୀର୍ବାଦ ରେ ବୃହତ ସଂଖ୍ୟକ ଭୋଟରେ ବିଜୟଲାଭ ହେବେ ବୋଲି ବହୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି l ଅପରପକ୍ଷରେ ବିଧାୟକ ଶ୍ରୀ ଜେନାଙ୍କୁ ଯୋଗ୍ୟ ହିତାଧିକାରୀ ମାନେ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି l

Leave A Reply

Your email address will not be published.