ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଜିଲ୍ଲାର ବିଭିନ୍ନ ଶିକ୍ଷା ଓ ଆଧ୍ୟାତ୍ମିକ ଅନୁଷ୍ଠାନମାନଙ୍କ ସହିତ ଯୋଡ଼ିତ ହୋଇ ପ୍ରତି ଶନିବାର ଓ ରବିବାର ଭ୍ରାମ୍ୟମାଣ କରି ସେହି ଗ୍ରାମରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ଗୁଡ଼ିକ ପରିଚାଳନା କରୁଛନ୍ତି।
ଶନିବାର ଅପରାହ୍ନରେ ଶିଶୁ ପ୍ରେମୀ ପ୍ରମୋଦ ମିଶ୍ର ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ସ୍ଥାନୀୟ ଶାନ୍ତି ନଗର ଠାରେ ତୁଲାଇଥିବା ବେଳେ କେନ୍ଦ୍ର ସଂଯୋଜକ ସଂନ୍ଧ୍ୟାରେ ଗୁମ୍ମା ବ୍ଲକ, ଜିବା ପଞ୍ଚାୟତର ଜିବା ଗ୍ରାମରେ ଥିବା ଛାତ୍ରାବାସ ଅନ୍ତେବାସୀଙ୍କ ଠାରେ ତୁଲାଇଛନ୍ତି।
ରବିବାର ଦିନ ଘୋରୋଇ ସମ୍ପର୍କ ହୋଇଥିଲା। ଅଭିଭାବକମାନଙ୍କୁ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୁଝାଇ ଶିଶୁ ମାନଙ୍କୁ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.