ସୁନ୍ଦରଗଡ଼ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

0 2

ସୁନ୍ଦରଗଡ଼, ୩/୭/୨୩(ବସନ୍ତ କୁମାର ଜେନା) : ସ୍ଥାନୀୟ ସଦଭାବନା ଭବନ ଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ସାଧାରଣ ଲୋକଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ଆପତ୍ତି ଅଭିଯୋଗ ଆଦିର ଶୁଣାଣି କରିଥିଲେ।

ଏହି ଜନ ଶୁଣାଣି ରେ ମୋଟ ୧୬୭ ଟି ଅଭିଯୋଗ ଆସିଥିଲା I ଏହି ଅଭିଯୋଗ ଗୁଡିକ ମଧ୍ୟରେ ୧୪୬ ଟି ଅଭିଯୋଗ ବ୍ୟକ୍ତିଗତ ଜନିତ ହୋଇଥିବା ବେଳେ ୨୧ଗୋଟି ସାମୁହିକ ବା ଗୋଷ୍ଠି ସମସ୍ୟା ସମ୍ପର୍କିତ ଅଭିଯୋଗ ଗୁଡିକ ରହିଥିଲା I ଏହି ସାମୁହିକ ଅଭିଯୋଗ ଗୁଡିକ ମଧ୍ୟରେ ରାସ୍ତା ଘାଟ ମରାମତି, ଡ୍ରେନେଜ ସମସ୍ୟା, ବିଦ୍ୟାଳୟ ର ସମସ୍ୟା, କର୍ମଚାରୀ ନିଯୁକ୍ତି ଆଦି ରହିଥିଲା I ସେହିପରି ବ୍ୟକ୍ତିଗତ ଅଭିଯୋଗ ଗୁଡିକ ମଧ୍ୟରେ ରାସନ କାର୍ଡ, ଟ୍ରାଇ ସାଇକେଲ ଯୋଗାଣ, ବାର୍ଦ୍ଧକ୍ୟ ଭତ୍ତା, କୋର୍ଟ କେଶ ଆଦି ରହିଥିଲା I

ସେହିପରି ୯୧ ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାର କରାଯାଇ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଜନଶୁଣାଣି ରେ ମୁଖ୍ଯ ମନ୍ତ୍ରୀ ରିଲିଫ ପାଣ୍ଠି ରୁ ୩୦ ଜଣ ହିତାଧିକାରୀ ମାନଙ୍କୁ ମୋଟ ୧ଲକ୍ଷ ୧ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହିପରି ୨ ଜଣ ହିତାଧିକାରୀଙ୍କୁ ମଧ୍ଯ ରେଡ୍ କ୍ରସ୍ ରୁ ଆର୍ଥିକ ସହାୟତା ପ୍ରଦାନକରା ଯାଇଥିଲା।
ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ମନୋଜ ମହାଜନ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଜିଲ୍ଲା ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I

Leave A Reply

Your email address will not be published.