ବନମହୋତ୍ସବ ସପ୍ତାହ ରେ ବୃକ୍ଷମାଲା କାର୍ଯ୍ୟକ୍ରମ ଅନୁଷ୍ଠିତ

0 2

 ଗାଇସିଲାଟ/ ମନ ଡନସନା- ରାଜ୍ୟ ସରକାର ଜୁଲାଇ ମାସ ର ପ୍ରଥମ ସପ୍ତାହକୁ ବନମହୋତ୍ସବ ସପ୍ତାହ ପାଳନ କରି ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତେବେ ଏହା ସମଗ୍ର ରାଜ୍ୟ ରେ ପାଳନ ହେଉଥିବା ବେଳେ ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ କୁଲିଆରୀ ଗ୍ରାମ୍ୟ ଜଙ୍ଗଲ ରେ ବରଗଡ଼ ବନଖଣ୍ଡ ପଦ୍ମପୁର ବନାଞ୍ଚଳ  ତରଫ ରୁ ବନମହୋତ୍ସବ ସପ୍ତାହ ରେ ବୃକ୍ଷମାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପରିଷଦ ସଭ୍ୟ ନୀଳମଣି ବରିହା, ସ୍ଥାନୀୟ ସରପଞ୍ଚ ଅର୍ପିତା ପଣ୍ଡା, ଉପ ବାନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା, ବନପାଳ ଝରଣା ସାହୁ, ବନରକ୍ଷୀ ଅର୍ଚ୍ଚନା ଭୋଇ,ପୃଥିବୀ ରାଜ ଭୋଇ, କେନ୍ଦୁ ପତ୍ର କର୍ମଚାରୀ, କଟାବାହାଲ ନେତାଜୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ  ବିପିନ ବିହାରୀ ନନ୍ଦ, କଂଗ୍ରେସ ସାହୁ, ସ୍କୁଲ ଛାତ୍ର ଛାତ୍ରୀ , ସମାଜ ସେବୀ ସୁଶାନ୍ତ ପଣ୍ଡା,ବୃକ୍ଷ ପ୍ରେମୀ କାର୍ତ୍ତିକ ବରିହା, ଜଙ୍ଗଲ କମିଟି ସଦସ୍ୟ ରମେଶ ଭୋଇ, ପ୍ରଦୀପ ବରିହା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଏକ ସଚେତନତା ସଭା କାର୍ଯ୍ୟ କରି ଅତିଥି ମାନେ ଗଛଟିଏ ଜୀବନଟିଏ, ଗଛ ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଏ। ଜୀବ ଜଗତ ବଞ୍ଚି ରହିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମ୍ଲଜାନ ଗ୍ୟାସ ଗଛ ହିଁ ଦେଇଥାଏ। ଗଛକୁ ଆବଶ୍ୟକ ପଡୁଥିବା ୧୭ ପ୍ରକାର ଖାଦ୍ୟ ମଧ୍ୟରୁ ୩ ପ୍ରକାର ଖାଦ୍ୟ ଗଛ ନିଜେ ବାୟୁମଣ୍ଡଳରୁ ସଂଗ୍ରହ କରୁଥିବା ବେଳେ ୧୪ ପ୍ରକାର ଖାଦ୍ୟ ମାଟିରୁ ସଂଗ୍ରହ କରିଥାଏ। ଏହି ୧୪ ପ୍ରକାର ଖାଦ୍ୟକୁ ନିଜେ ଖାଇ ପ୍ରାଣୀ ଜଗତକୁ ଶାଗ, ଫୁଲ, ଫଳ ଓ କନ୍ଦା ଅକାରରେ ପ୍ରଦାନ କରିଥାଏ। ତେଣୁ ଗଛ ଲଗାନ୍ତୁ ଓ ଜୀବନ ବଚାନ୍ତୁ ବୋଲି କହିଥିଲେ। ପରେ ବୃକ୍ଷ ପୂଜନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫୦ ରୁ ଉର୍ଦ୍ଧ  ବିଭିନ୍ନ ପ୍ରଜାତି ର ଗଛ ଲଗାଯାଇଥିଲା । ପରିଶେଷରେ  ଶ୍ରୀ ଜଗଦଲା ଏହାର ସୁରକ୍ଷା ପାଇଁ ସମସ୍ତଙ୍କୁ ଅନୁରୋଧ କରିବା ସହ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.