ଗାଇସିଲାଟ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି : ୬୩ ଟି ଅଭିଯୋଗର ଶୁଣାଣି

0 2

“କେର୍ମେଲି ଗ୍ରାମର ପାର୍କର ପାଚେରୀ ଭାଙ୍ଗିବା ଅଭିଯୋଗଉପରେ କାର୍ୟ୍ଯନୁଷ୍ଠାନ ଗ୍ରହଣ କରାଯିବ”

ଗାଇସିଲାଟ/ମନ ଡନସନା – ଆଜି ଗାଇସିଲାଟ ବ୍ଲକରେ ଜିଲ୍ଲାପାଳ ମନିଷା ବାର୍ନାଜିଙ୍କ ଦ୍ବାରା ଜନଶୁଣାଣି ଅଭିଯୋଗ ଅନୁଷ୍ଠିତ ହୋଇଯାଇଛି। ଆଜି ଏହି ଅଭିଯୋଗ ଶୁଣାଣିରେ ୬୩ ଟି ଅଭିଯୋଗ ହୋଇଥିଲା। ଏଥିରେ ଜଳଛାୟା,ଜମି ମରାମତି, ଇନ୍ଦିରା ଆବାସ ,ବିତ୍ୟୁତ ବିଭାଗ ଟାଟା ପାୱାର କୁ ଅଭିଯୋଗ ଆଣିଥିଲେ ଜଣେ ଚାଷୀ ବର୍ଷରୁ ଉର୍ଦ୍ଧ୍ବ ଇଲେକ୍ଟିରି ସର୍ରକିଟ୍ ଯୋଗୁଁ ବିଦ୍ଯୁତ ସାମଗ୍ରୀ ନଷ୍ଟ ହୋଇଯାଇଥିଲେ ସୁଦ୍ଧା ବାରମ୍ବାର ଅଫିସକୁ ଆସିଲେ ମଧ୍ଯ ଆଜି କାଲି କହି ଚାଷୀ ଙ୍କୁ ହଇରାଣ କରୁଛନ୍ତି।ଏସବୁ ବିଷୟରେ ଅଭିଯୋଗ ହୋଇଥିଲା। ମୁଖ୍ଯତଃ ଆଜି ଗାଇସିଲାଟ ବ୍ଲକର ଚାଣ୍ଟିପାଲି ଗ୍ରାମପଞ୍ଚାୟତ ର କେର୍ମେଲି ଗ୍ରାମର ପାର୍କର ପାଚେରୀ ଭାଙ୍ଗିବା ଅଭିଯୋଗ କୁ ଗୁରୁତ୍ବ ସହକାରେ ଜିଲ୍ଲାପାଳ ନେଇଛନ୍ତି ଓ ସିଧାସଳଖ କେର୍ମେଲି ପାର୍କ କୁ ଯାଇ ସ୍ଥିତି ଅନୁଧ୍ଯାନ କରିଥିଲେ । ଦୋଷୀ ଯିଏ ବି ହଉ ତା’ ଉପରେ କାର୍ୟ୍ଯନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିସ୍ରୁତି ଦେଇଛନ୍ତି।

Leave A Reply

Your email address will not be published.