ତୁଲଣ୍ଡି ନକଲି ସାର ଘଟଣା ରେ ତିନି ଗିରଫ – ୮୦ ହଜାର ଟଙ୍କା ଜବତ ।

0 2

ବରପାଲି /ବରଗଡ଼ :-ଗତ ୨୬ ତାରିଖ ଦିନ ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମ ରେ ଏକ ନକଲି ସାର ତିଆରି କାରଖାନା ଉପରେ ଚାଷୀ ଙ୍କ ଅଭିଯୋଗ ଉପରେ କୃଷି ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା।
ଉକ୍ତ ଦିନ ତୁଲଣ୍ଡି ଗ୍ରାମ ର ମୋହନ ବାରିକ ଙ୍କ ଗୋଦାମ ଘର ଉପରେ ଚଢ଼ାଉ କରି ୯୦ ବସ୍ତା ପଟାଶ (ଏମ ଓ ପି) ଲେଖା ଥିବା ସାର ଜବତ କରି ବିଭାଗ ପକ୍ଷରୁ ସମ୍ବଲପୁର ପରୀକ୍ଷା ଗାର କୁ ନମୁନା ପଠା ଯାଇଥିଲା । ପରେ ତହସିଲଦାର ପୋଲିସ ସହ ପହଞ୍ଚି ପୁଣି ୨୦୦ ବସ୍ତା ନକଲି ସାର ଜବତ କରି ବରପାଲି ଏଫ୍ ସି ଆଇ ରେ ଜମା ରଖି ଥିଲେ । ଉକ୍ତ ସାର ର ନମୁନା ଆଜି ସଂଗ୍ରହ କରି ପରୀକ୍ଷାଗାର କୁ ପଠା ଯାଇଛି । ଆଜି ଶନିବାର ପରୀକ୍ଷାଗାର ରୁ ରିପୋର୍ଟ ଆସିଥିଲା କି ତାହା ସାର ନୁହେଁ । ଏହି ରିପୋର୍ଟ କୁ ଆଧାର କରି ଫର୍ଟିଲାଇଜର ଇନ୍ସପେକ୍ଟର ଈତୁ ସ୍ମିତା ଦେବତା ବରପାଲି ଥାନା ରେ ଏକ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳ ଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଛନ୍ତି । ଏହି ଘଟଣା ପରେ ଅଭିଯୁକ୍ତ ମୋହନ ବାରିକ ପରିବାର ସହ ଫେରାର ଥିବା ବେଳେ ମୋବାଇଲ ଟ୍ରାକିଂ କରି ବରପାଲି ପୋଲିସ ଆଜି ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ଅଶି ହଜାର ଟଙ୍କା, ଚାରିଟି ମୋବାଇଲ ଫୋନ,ଗୋଟେ ଟୟୋଟା କାର (ଓ ଡି ୧୭ ଜ୍ୟଡ୍ ୧୫୧୩) ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ତୁଲଣ୍ଡି ଗ୍ରାମ ର କୁଞ୍ଜ ବିହାରୀ ବାରିକ ଙ୍କ ପୁଅ ଗୁପ୍ତେଶ୍ୱର ଓରଫ ଲିପନ ବାରିକ (୨୭), ସେହି ତୁଲଣ୍ଡି ଗ୍ରାମ ର ନେତ୍ର ବରିହା ଙ୍କ ପୁଅ ସମରେନ୍ଦ୍ର ବରିହା (୨୮) ଓ ବରଗଡ଼ ସଦର ଥାନା ଅନ୍ତର୍ଗତ ବୁଦେଲ ପାଲି ଗ୍ରାମ ର ହରିବୋଲ ସାହୁ ଙ୍କ ପୁଅ କ୍ଷୀର ସାଗର ସାହୁ (୪୦) । ଏମାନଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ବିଧି ଆଇନ ର ୪୮୨,୪୮୩,୪୮୮, ୪୨୦ , ୩୪ ଦଫା ସହ ଅତ୍ୟା ବଶ୍ୟକ ସାମଗ୍ରୀ ଧାର ୭ ଉପରେ ଏକ ମାମଲା (ବରପାଲି ଥାନା କେସ ନମ୍ବର ୨୨୪/୨୩)ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।
ଅଭିଯୁକ୍ତ ବାରିକ ଆଜି ନୁହେଁ ଦୀର୍ଘ ଚାରି ବର୍ଷ ହେଲା ଏପରି ନକଲି ସାର ତିଆରି କରି ବରପାଲି ବରଗଡ଼ ବିଶେଷ କରି ଛତିଶଗଡ ରାଜ୍ୟ କୁ ଚାଲାଣ କରୁଥିଲା । ଦୀର୍ଘ ବର୍ଷ ହେଲା ଏପରି କଳା କାରବାର କରୁଥିଲେ ମଧ୍ୟ ଜିଲ୍ଲା କୃଷି ବିଭାଗ କିପରି ଜାଣି ପାରିଲା ନାହିଁ । ଏଥିରୁ ସ୍ଵଷ୍ଟ ଯେ କୃଷି ବିଭାଗ ର ଉଚ୍ଚ କର୍ମ କର୍ତ୍ତା ଏଥିରେ ସାମିଲ ଥିବା ସନ୍ଦେହ କରାଯାଉ ଥିବାରୁ ସେ ଦିଗ ରେ ମଧ୍ୟ ତଦନ୍ତ କରାଯାଇ ଏଥିରେ ସାମିଲ ଥିବା ଅସାଧୁ ଅଫିସର ଙ୍କ ବିରୁଦ୍ଧରେ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ସବୁ ମହଲ ରେ ଦାବୀ ହୁଏ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଉକ୍ତ ଅଭିଯୁକ୍ତ ନକଲି ସାର ପ୍ରସ୍ତୁତି ପୂର୍ବର ରୁ ନକଲି ବିହନ ପ୍ରସ୍ତୁତ କରି ଜାଗେଶ୍ୱରି ସିଡ୍ସ ନାମରେ ବଜାର ରେ ବିକ୍ରୟ କରୁଥିଲେ । ସବୁ ଠୁ ଆଶ୍ଚର୍ଯ୍ୟ ବିଷୟ ଯେ ତୁଲଣ୍ଡି ଠାରୁ ମାତ୍ର ଏକ କିଲୋମିଟର ଦୂରରେ ବିଜୟପଲ୍ଲୀ ପୋଲିସ ଫାଣ୍ଡି ଥିଲେ ମଧ୍ୟ ପୋଲିସ କିପରି କିଛି ସୁରାକ ପାଇ ନ ଥିଲା ଏଣୁ ପୋଲିସ ମଧ୍ୟ ସନ୍ଦେହ ଘେରରେ ଆସୁଛି ।କେବଳ ଏତିକି ନୁହେଁ ଅଭିଯୁକ୍ତ ଦୀର୍ଘ ବର୍ଷ ହେଲା ଭୁବନ ପାଲି, ଆଇଁଲା ମୁଣ୍ଡା, ରାମପୁର ଓ ତୁଲଣ୍ଡି ରେ ତାର କଳା କାରନାମା ବେଧଡକ ଭାବରେ ଚଲାଉ ଥିଲେ ଏଥିରୁ ସ୍ଵଷ୍ଟ ଯେ ନିହାତି ଭାବରେ କୃଷି ବିଭାଗ ତଥା ସ୍ଥାନୀୟ ପୋଲିସ ର ଜ୍ଞାତ ସାର ରେ ଏହି କାରବାର ଚାଲୁ ଥିଲା।ଜିଲ୍ଲା ପ୍ରଶାସନ ଏହି ଘଟଣା କୁ ଗୁରୁତ୍ଵ ର ସହ ନେଇ ଚାଷୀ ଙ୍କ ସହ ଖେଳୁ ଥିବା ଅଭିଯୁକ୍ତ ତଥା ସରକାରୀ କର୍ମଚାରୀ ଙ୍କ ବିରୁଦ୍ଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଚାଷୀ ମହଲ ରେ ଦାବୀ ହୁଏ ।

Leave A Reply

Your email address will not be published.