ବରଗଡ :- ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଭଣ୍ତାରପୁରୀ ପଂଚାୟତର ଜାମପାଲି ଗ୍ରାମରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା । ପ୍ରାପ୍ତ ସୂଚନା ମୁତାବକ ଉକ୍ତ ଗ୍ରାମର ଶିବ ସାହୁ ଓ ତାଙ୍କର ଧର୍ମପତ୍ନୀ ଶ୍ରୀୟା ସାହୁ ଙ୍କ ମଧ୍ୟରେ ରାତ୍ରି ରେ କୌଣସି କାରଣ କୁ ନେଇ ବଚସା ହୋଇଥିଲା । ସାମାନ୍ୟ କଥା କଟା କଟି ତାହା ଝିମିଟୀ ଖେଳରୁ ମହାଭାରତ ଯୁଦ୍ଧର ଆରମ୍ଭ ହୋଇଥିଲା।କ୍ରୋଧକୁ ସମ୍ବରଣ କରି ନ ପାରି ଶିବ ଏକ ଫାଉଡା ଦ୍ୱାରା ନିଜର ସ୍ତ୍ରୀ କୁ ଆକ୍ରମଣ କରିଥିଲା । ଫାଉଡା ଚୋଟରେ ସ୍ତ୍ରୀ ଶ୍ରୀୟା ଭୂମିରେ ଲୋଟି ଶବ ହୋଇ ଯାଇଥିଲା ।ଆଜି ସକାଳେ ଅଭିଯୁକ୍ତ ଶିବଙ୍କର ପୁଅ ଟଙ୍କଧର ଝାରବନ୍ଧ ଥାନାରେ ଉକ୍ତ ଘଟଣା ବାବଦରେ ଅଭିଯୋଗ କରିଥିଲେ । ଘଟଣାର ଖବର ପାଇବା ପରେ ପୁଲିସ ଘଟଣାସ୍ଥଳ ଜାମପାଳି ଗ୍ରାମକୁ ଯାଇ ପ୍ରଥମେ ଅଭିଯୁକ୍ତ ଶିବ କୁ ଅତି ଚତୁରତାର ଥାନାକୁ ଆଣିବାରେ ସଫଳ ହୋଇଥିଲା । ମୃତକ ଶ୍ରୀୟା ର ଶବକୁ ଜବତ କରିବା ପରେ ପୋଲିସ ର ତଦନ୍ତ ଆରମ୍ଭ ହୋଇଥିଲା । ସାଇଣ୍ଟିଫିକ୍ ଟିମ ଆସିଲା ପରେ ଶବର ପଂଚନାମା କରି ବ୍ୟବଚ୍ଚ୍ଥେଦ ପାଇଁ ପଦ୍ମପୁର ପଠାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ତେବେ ସ୍ୱାମୀ ସ୍ତ୍ରୀ ଙ୍କର ମଧ୍ୟରେ କେଉଁ ଘଟଣା କୁ ନେଇ ଏତେ ଭୟଙ୍କର ଝଗଡା ହୋଇଥିଲା ଓ କେଉଁ ପରିସ୍ଥିତିରେ ଶିବ ତାର ସ୍ତ୍ରୀ କୁ ହତ୍ୟା କଲା ତାର ବାବଦରେ ସବିଶେଷ ତଥ୍ୟ ତଦନ୍ତ ପରେ ଜଣା ପଡିବ ବୋଲି ସୂଚନା ରହିଛି । ଝାରବନ୍ଧ ଥାନା ସବ ଇନ୍ସପେକ୍ଟର ପ୍ରଦୀପ ଶବର ଓ ଏଏସଆଇ ଶଶିକାନ୍ତ ବାରିକ ଘଟଣା ପ୍ରତି ତୀକ୍ଷଣ ନଜର ରଖିଛନ୍ତି।
Sign in
Sign in
Recover your password.
A password will be e-mailed to you.