ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୂଗୋଳ ବିଭାଗର ବରିଷ୍ଟ ପ୍ରଶିକ୍ଷକ ଭାବେ ଗୁରୁ ଶ୍ରୀ ରଘୁନାଥ ପାତ୍ର ଦୀର୍ଘଦିନ ଧରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ କରି ୩୦-୬-୨୦୨୩ ତାରିଖରେ ଚାକିରୀ ଭଳି କର୍ମମୟ କ୍ଷେତ୍ରରୁ ଅବସର ନେଇଛନ୍ତି।
ସେ ଶିକ୍ଷକତାକୁ ଜୀବନର ପରମ ବ୍ରତ ରୂପେ ଗ୍ରହଣ କରି ଶିକ୍ଷାର୍ଥୀନୀ ମାନଙ୍କୁ ସଠିକ ମାର୍ଗଦର୍ଶନ କରି ଆସୁଥିଲେ।
ଜୀବନର ମୂଲ୍ୟବୋଧ ଆଦର୍ଶ ଓ ସଦାଚାର ତଥା ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ ସମାଜରେ ବିରଳ।
ତାଙ୍କ ସରଳ ଶିକ୍ଷାଦାନ ପଦ୍ଧତି , ମଧୁର ବ୍ୟବହାର , ଶିକ୍ଷାର୍ଥୀ ମାନଙ୍କୁ ବହୁଳ ଭାବରେ ପ୍ରଭାବିତ କରିଛି |
ଶିକ୍ଷାଦାନ ସହିତ ସେଥିଲେ ଜଣେ ପ୍ରଚଣ୍ଡ ସଂଗୀତ ପ୍ରତିଭାର ଅଧିକାରୀ , ଯେଉଁଥିପାଇଁ ସେ ରାଜ୍ୟ ଓ ରାଜ୍ୟ ବାହାରେ ବହୁତ ପୁରଷ୍କାର ଓ ଉପାଧି ପାଇଛନ୍ତି।
୨୦୨୦ ମସିହାରେ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରଷ୍କାର ପାଇ ଓଡିଶା ସଂଗୀତ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି।
ଏହି ମହିଳା ଶିକ୍ଷାନୁଷ୍ଠାନରେ ଶିକ୍ଷା , କଳା , ନାଟକ , ସଂଗୀତର ବିକାଶ କରିବାରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ।
ଏହି ବିଦାୟ କାଳୀନ ସଭାର ଶୁଭ ଅବସରରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ , ବରିଷ୍ଟ ପ୍ରାଧ୍ୟାପକ ଡ଼.ମନଶ୍ବିନୀ ଦାଶ , ଅଧ୍ୟାପକ ଡ଼. ମହେନ୍ଦ୍ର ରାଇତ , ଡ଼. ନୃସିଂହ ପାଣିଗ୍ରାହୀ , ଡ଼. ବାଗ୍ନି ରଞ୍ଜନ ପ୍ରମୁଖ ଗୁରୁ ରଘୁନାଥ ପାତ୍ରଙ୍କ ସଦଗୁଣ ବର୍ଣ୍ଣନା କରିଥିଲେ।
ଅଧ୍ୟାପିକା ସଂଯୁକ୍ତା ପାତ୍ର ମାନପତ୍ର ପଠନ କରିଥିବା ବେଳେ ଇତିହାସ ଅଧ୍ୟାପକ ଡ଼ .ନୃସିଂହ ପ୍ରସାଦ ପାଣିଗ୍ରାହୀ ସଭା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.