ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଳା ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ ଶନିବାର ଦିନ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି।
ଜିଲ୍ଲା ବନ ଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ୍.ଆନନ୍ଦ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନକୁ ଉଦଘାଟନ କରିଥିଲେ। ଜନସାଧାରଣ ଉଦ୍ଦେଶ୍ୟରେ ଜିଲ୍ଲା ବନ ଖଣ୍ଡ ଅଧିକାରୀ ସାତ ଗୋଟି ଚାରା ବଣ୍ଟନ ଯାନକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।
ଏହି ଚାରା ବଣ୍ଟନ ଯାନ ଜିଲ୍ଲାର ପାରଳାଖେମୁଣ୍ଡି ସମେତ ସମସ୍ତ ବ୍ଲକ ସ୍ତରରେ ଚାରା ବଣ୍ଟନ କରାଯିବ। ଗୋଟିଏ ବୃକ୍ଷ ଗୋଟିଏ ଜୀବନକୁ ଆଧାର କରି ଆଜି ୧ ତାରିଖରୁ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଜନସାଧରଣଙ୍କୁ ଗଛ ଲଗାଇବା ପାଇଁ କୁହାଯାଇଛି । ଏହି ଚାରା ବଣ୍ଟନ ଯାନରେ ବିଭିନ୍ନ ପ୍ରକାର ଗଛ ରହିଛି , ଏହି ଗଛ ଜନସାଧାରଣଙ୍କୁ ବଣ୍ଟନ କରାଯିବ।
ଏହି ଅବସରରେ ଜିଲ୍ଲାର ଚାରି ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି, ତଥା ପାରଳାଖେମୁଣ୍ଡି ପାଇଁ ଗୋପାଳ ଚନ୍ଦ୍ର ଶତପଥି , ମୋହନା ବ୍ଲକ ପାଇଁ ପ୍ରେମାନନ୍ଦ ପୂଜାରୀ , ରାୟଗଡ଼ ବ୍ଲକ ପାଇଁ ଏମ୍.ଭେଙ୍କଟର ଆପାନା ଓ ଗୁମ୍ମା ବ୍ଲକ ପାଇଁ ନାଗେଶ୍ଵର ମହାପାତ୍ରଙ୍କୁ ମାନପତ୍ର ସହ ୧୦ ହଜାର ଟଙ୍କା ରାଶି ପୁରସ୍କୃତ କରାଯାଇଛି।
ବୃକ୍ଷ ରୋପଣ କରିବା ସହିତ ପରିବେଶ ସୁରକ୍ଷା ପାଇଁ ଜନସାଧାରଣଙ୍କ ସହଯୋଗ କରିବା ପାଇଁ ବନ ଖଣ୍ଡ ଅଧିକାରୀ ଅନୁରୋଧ କରିଛନ୍ତି।
ଏହି ଉତ୍ସବରେ ବନ ବିଭାଗର ପାରଳାଖେମୁଣ୍ଡି ଏସିଏଫ୍ ଶ୍ରୀ ଅରୁଣ କୁମାର ସାହୁ , ବନାଅଞ୍ଚଳ ଅଧିକାରୀ ଏନ୍.ଡି.ଶର୍ମା ସମେତ ବନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.