ଢେଙ୍କାନାଳ/ରବିନ୍ ଦାସ ; କାମାକ୍ଷାନଗର ଏନଏସି ଅନ୍ତର୍ଗତ ୨ ନମ୍ବର ୱାର୍ଡ ମଢୀ ସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଦୀର୍ଘଦିନ ହେବ ଏକ ଡ୍ରେନ୍ ଦଦରା ହୋଇ ମୁକୁଳା ଅବସ୍ଥାରେ ପଡ଼ିରହିଛି ହେଲେ କାହାର ଦୃଷ୍ଟି ପଡ଼ୁ ନାହିଁ । ଉକ୍ତ ୱାର୍ଡ ରେ ହାରାହାରି ୯00 ଲୋକ ବାସ କରୁଥିବା ବେଳେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଯେହେତୁ ସେହି ରାସ୍ତାଟି ମୁଖ୍ୟ ରାସ୍ତା କୁ ସଂଯୋଗ କରୁଛି ତେବେ ଦୈନିକ ସ୍କୁଲ ପିଲା, ଆମ୍ବୁଲାନ୍ସ ଓ ଗାଈଗୋରୁ ଆଦି ଯିବା ଆସିବା କରୁଛନ୍ତି । ବଡ଼ ପରିତାପର ବିଷୟ ହେଉଛି ଯେ ସେହି ମୁକଳା ଡ୍ରେନ୍ ଏମାନଙ୍କ ପାଇଁ ବିପଦ ସଙ୍କୁଳ ପରିସ୍ଥିତି ସୃଷ୍ଟି କରିଛି । ପରିଣାମ ସ୍ବରୂପ ଗତ କାଲି ରାତିରେ ଗୋଟିଏ ଗାଈ ଖୋଲା ଡ୍ରେନ ରେ ପଡି ମୃତ୍ୟୁ ବରଣ କରିଛି । ବିଗତ ୩ ବର୍ଷ ହେବ ଏହି ମଢୀ ସାହି ରାସ୍ତା ମଧ୍ୟ ଭାଙ୍ଗି ଅଧ ପନ୍ତରିଆ ଦଦରା ହୋଇ ପଡ଼ିରହିଛି । ହେଲେ ସ୍ଥାନୀୟ ପ୍ରଶାସନ କି ଜନପ୍ରତିନିଧି କାହାର ମଧ୍ୟ ଏହି ସମସ୍ୟା ଉପରେ ନଜର ପଡୁନାହିଁ ।
Sign in
Sign in
Recover your password.
A password will be e-mailed to you.