(ନିଶ୍ଚିନ୍ତକୋଇଲି – ଦେବେନ୍ଦ୍ର ଷଡ଼ଙ୍ଗୀ ) – ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ପବିତ୍ର ବାହୁଡା଼ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସେହିପରି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠ ରେ ଶାନ୍ତି ଶୃଙ୍ଖଳା ସହିତ ଶ୍ରୀଶ୍ରୀ ବଳଦେବଜୀଉଙ୍କ ବାହୁଡା଼ ଯାତ୍ରା ପ୍ରଶାସନିକ ସହଯୋଗ ଓ ବହୁ ଭକ୍ତ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଯାଇଛି l ସକାଳ ଧୂପ ସରିବାପରେ, ମଧ୍ୟାନ ଧୂପ ଓ ପହଣ୍ଡି ପୂର୍ବରୁ ଦିଅଁମାନଙ୍କର ଶେଷ ଭୋଗ ଭାବେ ପରିଚିତ ଖିରି -ଖେଚୁଡ଼ି ଭୋଗ ଲାଗି କରାଯାଇ ଠାକୁର ମାନଙ୍କର ସେନାପଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମସ୍ତ ପୂଜାପଣ୍ଡା ସେବାୟତ ଓ ପହଣ୍ଡିଆ ସେବାୟତ ମାନଙ୍କଦ୍ୱାରା ମହାପ୍ରଭୁ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ଙ୍କ ପହଣ୍ଡି କାର୍ଯ୍ୟ ଯଥା ସମୟ ମଧ୍ୟରେ ଅନୁଷ୍ଠିତ ହୋଇ ରଥ ଉପରେ ସମସ୍ତ ପାରମ୍ପରିକ କାର୍ଯ୍ୟ ସରିବା ପରେ, ଠାକୁର ରାଜା ବନବିହାରୀ ମିଶ୍ର ଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ବଳଦେବଜୀଉଙ୍କ ମୁଖ୍ୟ ଟ୍ରଷ୍ଟି ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ବେହେରା, ସହକାରୀ ଟ୍ରଷ୍ଟି ରାଜେନ୍ଦ୍ର ମୋହନ କର, ଅଜୟ କୁମାର ନନ୍ଦ ଓ ଜ୍ୟୋତିରଞ୍ଜନ ସ୍ୱାଇଁ ଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଶୃଙ୍ଖଳାର ସହିତ ସରିବାପରେ ରଥ ର ଡାହୁକ ଓ ମୁଖ୍ୟ ମହାରାଣୀ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଗ୍ରହଣ କରିବାପରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ
ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜିଗ୍ନୀପୁର ସରପଞ୍ଚ ତିଳୋତମା ରାଉତ, ଯୁବ ସମାଜସେବୀ ଜ୍ଞାନରଞ୍ଜନ ରାଉତ, ରଞ୍ଜନ ଦାସ, ଅଭୟ କୁମାର ସାହୁ, ପ୍ରମୋଦ ସ୍ୱାଇଁ, ପ୍ରଦୀପ୍ତ କୁମାର ଦାସ, ଆଲୋକ ଦାସ,ମନୋଜ ଘଡ଼େଇ, ନିତ୍ୟାନନ୍ଦ ସ୍ୱାଇଁ, ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ରହି ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହିତ ବିଶ୍ୱର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post