ପୁଣି ଅଘଟଣ; ୮ ଆହତ

0

ପୁରୀ (ଅନିମେଶ ପଟ୍ଟନାୟକ): ରଥ ଟଣାବେଳେ ପୁଣି ଅଘଟଣ । ରଥ ଦଉଡ଼ି ଛିଣ୍ଡିବାରୁ ଘଟିଛି ଅଘଟଣ । ଫଳରେ ୮ ଆହତ ହୋଇ ଚିକିତ୍ସାଧିନ ଅଛନ୍ତି।

ଛିଣ୍ଡିଲା ରଥ ଦଉଡ଼ି । ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥର ଦଉଡ଼ି ଛିଣ୍ଡିବାରୁ ୮ ଜଣ ଆହତ । ମାଉସୀମାଆଙ୍କ ପୋଡ଼ ପିଠା ଖାଇ ବଡଭାଇ ବଳଭଦ୍ର ଆଗେଇଥିଲେ ଶ୍ରୀମନ୍ଦିର ଅଭିମୁଖେ । ଠିକ୍ ମାର୍କେଟ ଛକ ନିକଟରେ ରଥଟଣା ବେଳେ ଛିଣ୍ଡିଗଲା ତାଳଧ୍ଵଜ ରଥ ତଉଡ଼ି । ଫଳରେ ତଳେ ପଡ଼ିଗଲେ ଅନେକ ଲୋକ । ଯାହା ଏକ ଦଳାଚକଟାର ପରିସ୍ଥିତି ସୃଷ୍ଟି କରିଥିଲା । ଫଳରେ ୮ ଜଣ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ଚିକିତ୍ସା ପାଇଁ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଥାଉ କି, ଗୁଣ୍ଡିଚା ଯାତ୍ରା ବେଳେ ମଧ୍ଯ ଏକ ଅଘଟଣ ଘଟିଥିଲା । ବଡ ଠାକୁରଙ୍କ ରଥ ଟଣା ବେଳେ ମରିଚିକୋଟ ଛକ ଠାରେ ଏକ ବାଇକ୍ ପସିଯିବାରୁ ଦଳା ଚକଟା ହୋଇ କିଛି ଭକ୍ତ ଆହାତ ହୋଇଥିଲେ । ତେବେ ସେମାନଙ୍କୁ ଚିକିତ୍ସା କରାଯାଇ ପରେ ଡିସଚାର୍ଜ କରାଯାଇଥିଲା ।

Leave A Reply

Your email address will not be published.