ତ୍ରିପୁରା ରଥ ଯାତ୍ରା ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

0

ଭୁବନେଶ୍ଵର:ତ୍ରିପୁରାର କୁମାରଘାଟ ଅଞ୍ଚଳ ରେ ରଥଯାତ୍ରା ଉତ୍ସବ ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇବା ଓ ଅନେକ ଲୋକ ଆହତ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ। ଶୋକ ସଂତପ୍ତ ପରିବାର ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସମ ବେଦନା ପ୍ରକାଶ କରିବା ସହିତ ଆହତ ବ୍ୟକ୍ତିମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.