ବଡ଼ବିଲ :ଆନ୍ତ୍ରରାଜ୍ୟ ଲୁହା ପିଲେଟ ଚୋରଙ୍କୁ ଧରିଲା ପୋଲିସ

0

୪୦ ଟନ ପିଲେଟ ବୋଝେଇ ୧୨ ଚକିଆ ଟ୍ରକ ଓ ବଲେରୋ ଜବତ

ବଡ଼ବିଲ : ବଡ଼ବିଲରେ ଆଇରନ ଓର ପିଲେଟ ଚୋର ଦଳକୁ ଧରିବାରେ ସଫଳ ହୋଇଛି ସ୍ଥାନୀୟ ପୋଲିସ। ଆଜି ଭଦ୍ରାସାହି ନିକଟରୁ  ଭୋର ସମୟରେ ଚୋରା ଚାଲାଣ ହେଉଥିବା ୪୦ ଟନ ଆଇରନ ଓର ବୋଝେଇ ବାରଚକିଆ ଟ୍ରକ ନଂ ଜେ ଏଚ ୦୨ଏକେ ୪୩୮୦କୁ ପୋଲିସ ଜବତ କରିଛି।ଘଟଣାସ୍ଥଳରୁ ଏକ ବଲେରୋ ମଧ୍ୟ ଜବତ ହୋଇଛି। ଚୋରିରେ ସମ୍ପୃକ୍ତ ୮ ଜଣଙ୍କ ମଧ୍ୟରୁ ମୟୁରଭଞ୍ଜ ଅଞ୍ଚଳର ୨ ଜଣ, ଝାଡ଼ଖଣ୍ଡରୁ ୫ ଜଣ ଓ ବିହାର ରାଜ୍ୟରୁ ଜଣେ ଥିବା ଜଣାପଡ଼ିଛି। ଚୋର ଦଳ ଏହା ପୂର୍ବରୁ ଏକାଧିକ ବାର ପିଲେଟ ଚୋରି କରି ଚାଲାଣ କରିଥିବା ସୂଚନା ଦେଇଛନ୍ତି ବଡ଼ବିଲ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ।

Leave A Reply

Your email address will not be published.