ପଦ୍ମପୁରରେ ମିଶନ ଶକ୍ତି କ୍ୟାଫେ ର ଉଦ୍ଘାଟନ କଲେ ବିଧାୟିକା

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ସ୍ଥାନୀୟ ବ୍ଲକ ପରିସରରେ ଏକ ମିଶନ ଶକ୍ତି କ୍ୟାଫେ ଉଦ୍ଘାଟିତ ହୋଇଯାଇଛି।ମାନ୍ୟବର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟଅତିଥି, ପଦ୍ମପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ସଦାକର କୁମ୍ଭାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ।ରାଜବୋଡାସମ୍ବର ବ୍ଲକସ୍ତରୀୟ ସ୍ଵୟଂ ସହାୟକ ଗୋଷ୍ଠୀ ମହାସଂଘର ମହିଳା ମାନଙ୍କ ଉଦ୍ୟମରେ ଏହି କ୍ୟାଫେର ଶୁଭାରମ୍ଭ ହୋଇଛି। ଏଥିରେ ବିଡ଼ିଓ, ସିଡିପିଓ, ଏସଡିଆଇପିଆରଓ ଓ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥିଲେ। ରାଜବୋଡାସମ୍ବରର ବ୍ଲକର ପ୍ରାୟ ୧୭୦୦ ଏସ୍ ଏଚ୍ ଜିଙ୍କୁ ନେଇ ଗଠିତ ମହାସଂଘ ଦ୍ଵାରା ପରିଚାଳିତ ଏହି କ୍ୟାଫେରେ ପିଠା, ମଣ୍ଡା, ଇଟିଲି ଆଦି ଖାଦ୍ୟ ଘରୋଇ ମାନରେ ପ୍ରସ୍ତୁତ କରି ସକାଳ ୯ଟାରୁ ରାତି ୯ଟା ଯାଏଁ ଗ୍ରାହକମାନଙ୍କ ପାଇଁ ମିଳିବ ବୋଲି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସୂଚନା ଦେଇଛନ୍ତି ।

ପ୍ରସ୍ତୁତିଠୁ ଆରମ୍ଭ କରି ଖାଦ୍ୟ ଯୋଗାଇବା, ପରିଚ୍ଛନ୍ନତା, ଜଳସେବା ଓ ବିଲିଂ ଆଦି ସମସ୍ତ କାର୍ଯ୍ୟ ମିଶନ ଶକ୍ତିର ମହିଳା ମାନେ ହିଁ କରୁଛନ୍ତି। ଏଭଳି ଉଦ୍ୟମକୁ ମାନ୍ୟବର ବିଧାୟିକା ପ୍ରଶଂସା କରିବା ସହ ଏହି ଅଞ୍ଚଳରେ ମହିଳା ମାନଙ୍କ ପାଇଁ ଏହା ଏକ ବଡ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବ ବୋଲି ଆଶା ପ୍ରକାଶ କରିଛନ୍ତି। ଉପଜିଲ୍ଲାପାଳ କ୍ୟାଫେର ବିସ୍ତାର ପାଇଁ ସମସ୍ତ ପ୍ରକାରର ପ୍ରଶାସନିକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Leave A Reply

Your email address will not be published.