ନବରଙ୍ଗପୁର,୨୩/୬ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ର ୬ଗୋଟି ଗ୍ରାମ ପଞ୍ଚାୟତ କଣ୍ଟାଗାଁ ଅଞ୍ଚଳଗୁମ୍ମା କଂଗ୍ରା କାମତା ପୂଜାରୀଗୁଡ଼ା ଦିଗି ରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ କୁ ଯୋଗାଣ ସହାୟକ ନିର୍ବାହୀ ଅଧିକାରୀ ଓ ଏମ୍ ଆଇ ମିଳି ମିଶି ତର ଅଧେ କୁ ମୋର ଅଧେ ରେ ୨ମାସର ଚାଉଳ ଦେଇ ଗୋଟିଏ ମାସର ଭାଗ ବଣ୍ଟା କରି ଖାଇଥିବା ଅଭିଯୋଗ କହିଛନ୍ତି। କେତେ ବର୍ଷ ହେଲା ଏମାନେ ଖାଉଛନ୍ତି ସବୁଠାରୁ ବଡ଼ କଥା ହେଲା ନିର୍ବାହୀ ଅଧିକାରୀ ମାନେ ଏକ ରୁ ଏକାଧିକ ପଞ୍ଚାୟତ ର ଦାୟିତ୍ଵ ରେ ରହିଥିବା ହେତୁ ମାଲେମାଲ ହେଉଥିବା ଜିଲ୍ଲା ଆପ୍ ଆବାହକ ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ ଅଭିଯୋଗ କହିଛନ୍ତି।୨୦୨୦ରେ କାମତା ଗ୍ରାମ ପଞ୍ଚାୟତ ରେ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ମୋହନ ଗୌଡ ରହିଥିବା ବେଳେ ଚାଉଳ ଦୁର୍ନୀତି ର ବଡ ଘଟାଲା ହୋଇଥିଲା। ନିର୍ବାହୀ ଅଧିକାରୀ ଙ୍କ ନାମରେ ଚାଉଳ ଷ୍ଟକ୍ ଉଠୁଥିବା ବେଳେ ତାଙ୍କୁ ପ୍ରଶାସନ ତରଫରୁ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ,ପୁଣି ୩ବର୍ଷ ପରେ ପୁଣି ଏପ୍ରିଲ୍ ମେ ଜୁନ୍ ମାସର ଚାଉଳ ବଣ୍ଟନ ପାଇଁ ଆସୁଥିବା ବେଳେ, ଗୋଟିଏ ମାସର ଚାଉଳ ବଣ୍ଟନ ନ କରି ନିଜ ପ୍ୟକେଟ୍ ଗରମ କରିବାରେ ବ୍ୟସ୍ତ ଥିବା ପଞ୍ଚାୟତ ବାସି ଠାରୁ ସୂଚନା ମିଳିଛି । ଚଳିତ ଜୁନ୍ ୧୪ରେ କାମତା ପଞ୍ଚାୟତ ହିତାଧିକାରୀ ଗୋଟିଏ ମାସର ଚାଉଳ ନ ପାଇବା ଫଳରେ ଗୋଟିଏ ପରେ ଗୋଟିଏ ପଞ୍ଚାୟତ ର ଘୁମର ଖୋଲିବାରେ ଲାଗିଛି। ବ୍ଲକ୍ ପ୍ରଶାସନ ନାମକୁ ମାତ୍ର ଦେଖ୍ ଦେଖାଣି ତଦନ୍ତ କରି ଜିଲ୍ଲାପାଳ ଙ୍କୁ ଗତ ୨୧ରେ ତଦନ୍ତ ରିପୋର୍ଟ ଦେଇଥିବା କହିଛନ୍ତି।ସେ କହିଛନ୍ତି କି ବିଡ଼ିଓ ଙ୍କୁ ନ ଜଣାଇ ଏମ୍ ଆଇ ତା ୧୭ଜୁନରେ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ ଙ୍କୁ କିଭଳି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଯେତେ ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଜିଲ୍ଲାପାଳ ଙ୍କ ଦ୍ଵାରା ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଥିବା ବେଳେ, ଏମ୍ ଆଇ ନିଜେ ନିଜକୁ କାରଣ ଦର୍ଶାଅ ନୋଟିସ କିଭଳି କରୁଛନ୍ତି । ତେନ୍ତୁଳିଖୁଣ୍ଟି ବିଡ଼ିଓ ତଦନ୍ତ ରିପୋର୍ଟ ଜିଲ୍ଲାପାଳ ଙ୍କୁ ଦେଇଥିବା ବେଳେ, ଯୋଗାଣ ବିଭାଗ ପକ୍ଷରୁ କୌଣସି ଅଧିକାରୀ ତଦନ୍ତ ପାଇଁ ନ ଆସିବା ଏହା କି ଭଳି ଶାସନ। ଜିଲ୍ଲାପାଳ ଙ୍କୁ ତଦନ୍ତ ରିପୋର୍ଟ ବିଡ଼ିଓ ଦେବା ପରେ ଜିଲ୍ଲାପାଳ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ ଏତେ ଦୁର୍ନୀତି ହେଉ ଥିବା ବେଳେ ଶାସକ ଦଳର ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ବ୍ଲକ୍ ଅଧ୍ୟକ୍ଷା ନିଳାଦ୍ରୀ ନାୟକ ,ଜୋନ-୧ ଜିଲ୍ଲା ପରିଷଦ ଓ ଜୋନ_୨ ଜିଲ୍ଲାପରିଷଦ ତେନ୍ତୁଳିଖୁଣ୍ଟି ବ୍ଲକ୍ ର ଜନ ପ୍ରତିନିଧି ନୁହନ୍ତି କି?ଏମାନେ ଗରିବ ହିତାଧିକାରୀ ଙ୍କ ଜନ ପ୍ରତିନିଧି ହୋଇ କିଭଳି ଜନତାଙ୍କ ପାଇଁ ସ୍ଵର ଉତ୍ତୋଳନ କରିବାକୁ ପାଇଁ ତିଲେହେଲେ ଚିନ୍ତା ନ କରିବା ଏହାଠୁ ଲଜ୍ୟା ର ବିଷୟ କଣ ହୋଇ ପାରେ ବୋଲି କହିବା ସହ,ଜୁନ ମାସ ଶେଷ ସୁଦ୍ଧା ହିତାଧିକାରୀ ୩ମାସର ଚାଉଳ ନ ଦେଲେ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେବେ। ଆଗାମୀ ୨୦୨୪ରେ ସାଧାରଣ ନିର୍ବାଚନ ରେ ଶାସକ ଦଳ କୁ ଜନ ସାଧାରଣ ଉଚିତ୍ ଶିକ୍ଷା ଦେବେ ବୋଲି ମଧ୍ୟ ନବରଙ୍ଗପୁର ଜିଲ୍ଲା ଆପ୍ ର ଆବାହକ ଶ୍ରୀ ଟାକ୍ରୀ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.