ଢେଙ୍କାନାଳ/ ରବିନ୍ ଦାସ; ଭୁବନ ଥାନା ଅନ୍ତର୍ଗତ ପ୍ରତ୍ୟେକ ଅଞ୍ଚଳରେ ଦୈନିକ ଚୋରି ହେଉଥିବା ନେଇ ଆତଙ୍କିତ ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ପୋଲିସକୁ ଚ୍ୟାଲେଞ୍ଜ କରି ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ସ୍ପଷ୍ଟ ଦିବାଲୋକରେ ମଧ୍ୟ ଲୁଟ୍ କରୁଛନ୍ତି ଲୁଟେରା । ବାରମ୍ବାର ଅନେକ ଚୋରି ମାମଲା ଥାନାରେ ଏତଲା ହୋଇ ରହିଛି ହେଲେ କୋୖଣସି ଗୋଟିଏ ମାମଲାର ଚୋରକୁ ଧରିପାରୁ ନାହିଁ ପୋଲିସ । ଭୁବନ ଅଞ୍ଚଳରେ ଯେତେକ ସରକାରୀ ଅନୁଷ୍ଠାନ ଓ ଜନସାଧାରଣଙ୍କ ଘରୁ ଚୋରି ହେଉଛି ହେଲେ ପୋଲିସ ଟେର୍ ପାଉନି । ସ୍ଥାନୀୟ ଥାନା ଅଞ୍ଚଳରେ ଅଦ୍ୟାବଧି ପାଖାପାଖି ଏକ କୋଟିରୁ ଉର୍ଦ୍ଧ୍ବ ଧନ ସମ୍ପତ୍ତି ଚୋରି ହେଲାଣି । ବଡ଼ ଆଶ୍ଚର୍ଯ୍ୟର କଥା ଏପର୍ଯ୍ୟନ୍ତ ଯେତେ ସବୁ ଚୋରି ମାମଲା ରୁଜୁ ହୋଇଛି ସେସବୁ ମାମଲାରେ କୋୖଣସି ଅଭିଯୁକ୍ତ ଗିରଫ ହୋଇପାରିଲେ ନାହିଁ । ଚଳିତ ମାସ ଗତ ୧୬ ତାରିଖ ଶୁକ୍ରବାର ବାଲିବୋ ଐତିହାସିକ ରଘୁନାଥଜୀଉ ମନ୍ଦିର ତାଲା ଭାଙ୍ଗି ଚୋରି ହୋଇଛି । ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ତଦନ୍ତ ଜାରି ରହିଥିବା ବେଳେ ସେହି ଗ୍ରାମର ଚଣ୍ଡୀ ମନ୍ଦିରରୁ ତାଲା ଭାଙ୍ଗି ପୁଣି ଚୋରି ହୋଇଥିବା ଦେଖିବାକୁ ମିଳିଛି । ୨୧ ତାରିଖ ବୁଧବାର ବିଳମ୍ବିତ ରାତିରେ ଏହି ମନ୍ଦିରରୁ ଚୋରି ହୋଇଥିବା ସ୍ଥାନୀୟ ଲୋକେ କୁହନ୍ତି । ମନ୍ଦିର ତାଲା ଭାଙ୍ଗି ଚଣ୍ଡୀ ମାତାଙ୍କ ରୁପା ଅଳଙ୍କାର ଚୋରି କରିନେଇଛନ୍ତି ଚୋର । ଏନେଇ ଥାନାରେ କୋୖଣସି ଅଭିଯୋଗ କରିନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏତେସବୁ ଚୋରି ହେଉଛି ଅଭିଯୋଗ ମଧ୍ୟ ହେଉଛି ହେଲେ କୋୖଣସି ସୁଫଳ ମିଳୁନଥିବା ହେତୁ ଆମେ ଅଭିଯୋଗ କରିନଥିବା କହିଛନ୍ତି ଗ୍ରାମବାସୀ । ଅଭିଯୋଗ କରିବା ପରେ ଦୀର୍ଘ ଦିନ ବିତି ଯାଉଛି ହେଲେ ଚୋର ଧରା ପଡୁନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଦେଖିବାକୁ ବାକି ରହିଲା ଏବେ ଚୋରି ଉପରେ ରୋକ ଲଗାଇବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ କେତେ ଶୀଘ୍ର କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.