ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ମହିଳା ସଭାପତି ସନ୍ତୋଷିନି ବେହେରାଙ୍କ ସଭାପତିତ୍ୱରେ ସ୍ଥାନୀୟ ଶୈଳଶ୍ରୀ ପ୍ୟଲେସ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଟଳିରେ ଆଗାମି ଦିନରେ କିଭଳି ଭାବରେ ନିର୍ବାଚନ ମଇଦାନରେ ଅର୍କେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ଦଳକୁ ମଜଭୁତ କରାଯାଇପାରିବ ସେ ନେଇ ବିଷଦ ଭାବରେ ଆଲୋଚନା କରାଯାଇଥିଲା ଏବଂ ଦଳର ବିଭିନ୍ନ ରଣ ନିତୀ ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ମହିଳା ବିଜେଡି ଉପସଭାପତି ଦମୟନ୍ତି ବାଗ, ସମ୍ପାଦିକା ମମତା ଜେନା, ନଗର ସଭାପତି ବାସନ୍ତି ବୁଡେକ ନେତୃତ୍ୱ ନେଇଥିବା ବେଳେ ବିଜେଡିର ରାଜ୍ୟ ଉପସଭାପତି ଅନଙ୍ଗ ଉଦୟ ସିଂଦେଓ, ଜିଲ୍ଲା ବିଜେଡି ଯୁବ ସଭାପତି ଲୋଟସ ଷଡଙ୍ଗିଙ୍କ ସମେତ ବିଭିନ୍ନ ୱାର୍ଡର ମହିଳା କାଉନସିଲର ଏବଂ ସତାଧିକ ମହିଳା କର୍ମି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅନଙ୍ଗ ଆଗାମି ଦିନରେ ସଙ୍ଗଠନକୁ ମଜବୁତ କରିବା ପାଇଁ ମହିଳା ମାନେ ସଙ୍ଗଠିତ ହେବା ଏକାନ୍ତ ଆବଶ୍ୟକ ବୋଲି କହିବା ସହ ବିଜୁ ଜନତା ଦଳର ବିଭିନ୍ନ ଯୋଜନା ଉପରେ ଜନସାଧାରଣଙ୍କୁ ଅବଗତ କରାଇ ଦଳକୁ ଆଗାମି ଦିନରେ ରଣନିତି ପ୍ରସ୍ତୁତ କରିବା ପାଇଁ ମହିଳା ନେତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।
Sign in
Sign in
Recover your password.
A password will be e-mailed to you.