ରାଇଘର/ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଏକ ଆଦିବାସୀ ଅଧୁଷିତ ଜିଲ୍ଲା ହୋଇଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ର ଅଭାବ ମଧ୍ୟ ରହିଛି।ଯାହାର ଭରପୁର ଫାଇଦା ଉଠାଉଛନ୍ତି ଉଭୟ ଦଲାଲ ଓ ଠିକାଦାର।କମ୍ ପାରିଶ୍ରମିକ ଦେଇ ମାଲେମାଲ ହେଉଛନ୍ତି ଦଲାଲ ଓ ଠିକାଦାର।ପ୍ରଶାସନି ଅଧୁକାରୀମାନେ ମଧ୍ୟ ସବୁ ଦେଖି ମଧ୍ୟ ନ ଦେଖିବାର ଅଭିନୟ କରିବାରେ ବେଶ ମାହିର ଅଛନ୍ତି। ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଶିଶୁ ମାନଙ୍କ ନିମନ୍ତେ ମାଲ ମାଲ ଯୋଜନା କରୁଛନ୍ତି, ହେଲେ ସବୁ ସରକାରୀ ଯୋଜନା ଏଇଠି ଫେଲ ମାରୁଛି |ତାଛଡା ଭାରତୀୟ ସମ୍ବିଧାନ ରେ ଶିଶୁ ଶ୍ରମିକ କୁ ନେଇ ଏକ ସ୍ବତନ୍ତ୍ର ଆଇନ ର ବ୍ୟବସ୍ଥା ଅଛି, ଯେଉଁଥିରେ କଟର ଭାବେ ଲେଖା ଯାଇଛି କି ଶିଶୁ ମାନଙ୍କୁ ଶ୍ରମିକ ଭାବେ କାର୍ଯ୍ୟରେ ନିୟୋଜିତ କରୁଥିବା ବ୍ୟକ୍ତି ମାନଙ୍କୁ ଜେଲଦଣ୍ଡ ସହିତ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିବ, ହେଲେ ଏଇଠି ସମ୍ବିଧାନ ର ନିୟମ କୁ ଖାତିର କରୁଛି ବା କିଏ ? ପ୍ରଶାସନିକ ଅଧିକାରୀ, ଦଲାଲ ଓ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସବୁ ଯୋଜନା ପାଣିର ଫୋଟକା ପାଲଟି ଯାଉଛି ।କଅଁଳ ବୟସରେ, ଯେଉଁ ବୟସରେ କି ବାଳିକା ମାନଙ୍କ ହାତରେ ବହି ଓ କଲମ ରହିବା କଥା, ସେ ବୟସରେ ଝିଅ ଓ ପୁଅମାନଙ୍କ ହାତରେ ନୀଳିଗିରି ଜମି ଟାଙ୍ଗିଆ ଧରିଥିବା ଦେଖିବାକୁ ମିଳୁଛି! ଟାଇଁ ଟାଇଁ ଖରାରେ ମୁଣ୍ଡ ଝାଳ ତୁଣ୍ଡେ ମାରି ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି କଅଁଳ ବୟସୀ ବାଳିକା ଓ ବାଳକମାନେ ।
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ,ତୁରୁଡ଼ିହି ପଞ୍ଚାୟତ ଅନ୍ତର୍ଗତ ପାଉରବେଳା ଏକ ଗ୍ରାମ ନିକଟରେ ନୀଳିଗିରି ଜମିରେ କାମରେ ।ତୁରୁଡ଼ିହି ର ନୀଳିଗିରି ଠେକାଦାର ସପନ ଦେ କିଛି ଅଧିବାସୀ ଝିଅ ପୁଅ ମାନଙ୍କୁ ନୀଳିଗିରି ବହିବାରେ ଓ ଛାଲ ବାହାର କରିବା ନିୟଜିତ କରିଥିବା ଦେଖିବାକୁ ମିଳିଥିଲା ସୂଚନା ମୁତାବକ ଏଭଳି ନୀଳିଗିରି କାମରେ ପାଉବେଳା ଡିଏନକେର ଗୋବିନ୍ଦ ମଣ୍ଡଳ ବରଗାଁର ସଂଯୁକ୍ତା ଗଣ୍ଡଙ୍କୁ ନୀଳିଗିରି କାମରେ ନେଇ ନୀଳିଗିରି ଛାଲିବା ମେସିନ ପଶି ମୃତ୍ୟୁ ଘଟିଥିବା ବେଳେ ପୁଣି ଛୋଟ ଛୋଟ କୁନି କୁନି ପିଲାଙ୍କୁ ନୀଳିଗିରି କାମ ନିୟଜିତ କରାଉଛନ୍ତି ଦଲାଲ ଠେକାଦାର ମାନେ! ଦଲାଲ ଓ ଠିକାଦାର ମାନେ ଛୋଟ ଛୋଟ ପିଲା ମାନଙ୍କୁ ଫୁସଲେଇ ଟଙ୍କା ଲୋଭ ଦେଖାଇ କାର୍ଯ୍ୟରେ ନିୟୋଜିତ କରିଅଛନ୍ତି । କେବେ ହେବ ଶିଶୁ ଶ୍ରମିକ ନିୟୋଜନ ବନ୍ଦ ? ଏହା ବର୍ତମାନ ସାଧାରଣ ରେ ଏକ ପ୍ରଶ୍ନବାଚୀ ?
Sign in
Sign in
Recover your password.
A password will be e-mailed to you.