ପୃଷ୍ଟି ଶସ୍ୟ ର କୃଷି ଯନ୍ତ୍ରପାତି ବିତରଣ ମହୋତ୍ସବ

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ – ଆନ୍ତର୍ଜାତୀୟ ପୃଷ୍ଟି ଶସ୍ୟ ବର୍ଷ ୨୦୨୩ ଅବସରରେ ଓଡିଶା ମିଲେଟ ମିସନ ତରଫରୁ ମିଲେଟ କୃଷି ଯନ୍ତ୍ରପାତି ବିତରଣ ମହୋତ୍ସବ ପଦ୍ମପୁର ଆର୍ ଏମ ସି ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପାଞ୍ଚୋଟି ବ୍ଲକ ଯଥା – ପଦ୍ମପୁର, ପାଇକମାଲ, ଝାରବନ୍ଧ ଗାଇସିଲଟ ଓ ବିଜେପୁର ବ୍ଲକ୍ ର ୧୪୦ ରୁ ଅଧିକ ଚାଷୀ ଉପସ୍ଥିତ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ରେ ଅତିଥି ଭାବେ ପଦମପୁର ବିଧାୟିକା ବର୍ଷା ସିଂ ବରିହା, ପଦ୍ମପୁର ଉପ ଜିଲ୍ଲାପାଳ ସଦାନନ୍ଦ କୁମ୍ଭାର, କୃଷି ଜିଲ୍ଲା ଅଧିକାରୀ ଅମୀୟ କୁମାର ସାହୁ, ବିଜେପୁର ବ୍ଲକ୍ କୃଷି ଅଧିକାରୀ ପ୍ରାଣବନ୍ଧୁ ସାହୁ, ପଦ୍ମପୁର ସି ଡି ପି ଓ ମିନାକ୍ଷୀ ରାଜ ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟ କ୍ରମ ରେ ଝାରବନ୍ଧ ବ୍ଲକ୍ ର ଚାଣ୍ଡି ଭଟା ଲାଇଫ ଫାର୍ମରସ ପ୍ରୋଷିଯୋର କଂପାନୀ ର ମେଲେଟ ଅନ ହୁଇଲ କୁ ଉପସ୍ଥିତ ଅତିଥି ମାନେ ଉଦଘାଟନ କରିଥିଲେ। ଏହି ଭ୍ରାମ୍ୟମାଣ ପୃଷ୍ଟି ଶସ୍ୟ ର ଯାନ ଏଫ୍ ପି ଓ ମାଧ୍ୟମ ରେ ଝାରବନ୍ଧ ବ୍ଲକ ର ବିଭିନ୍ନ ଗ୍ରାମ ରେ ପୃଷ୍ଟି କର ଖାଦ୍ୟ ଓ ଟିଫିନ୍ ପ୍ରସ୍ତୁତି କରି ବିକ୍ରୟ କରିବ l
ଉକ୍ତ କାର୍ଯ୍ୟକ୍ରମ ରେ ପାଞ୍ଚୋଟି ଏଫ୍ ପି ଓ କୁ ପୃଷ୍ଟି ଶସ୍ୟ ର ପ୍ରକ୍ରିୟା କରଣ ମେଶିନ ଅତିଥି ଙ୍କ ଜରିଆରେ ହସ୍ତାନ୍ତର କରାଯାଇଥିଲା। ଓଡିଶା ମିଲେଟ ମିସନ କାର୍ଯ୍ୟକ୍ରମ ମଧ୍ୟ ରେ ଜଡିତ ହୋଇଥିବା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଉଦ୍ୟୋଗ ଭିତ୍ତିକ କାର୍ଯ୍ୟକ୍ରମ ଯଥା ମିଲେଟ ପ୍ରକ୍ରିୟା କରଣ ମେଶିନ, ମିଲେଟ ଟିଫିନ ସେଣ୍ଟର, ଜୈବିକ ଖତ ଓ ସାର ପ୍ରସ୍ତୁତି କେନ୍ଦ୍ର ଆଦି ଓଡିଶା ସରକାର ଦ୍ୱାରା ସହଯୋଗ ଦିଆଯାଇଛି।
ଶେଷରେ ବିଧାୟିକା ଏବଂ ଉପ- ଜିଲ୍ଲାପାଳ ଓଡିଶା ମିଲେଟ ମିଶନର କାର୍ଯ୍ୟକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଅଧିକ ଚାଷୀଙ୍କୁ ଏହି ମାଣ୍ଡିଆ ଚାଷରେ ଜଡିତ କରାଇ ଏହାର ପ୍ରଚାର ପ୍ରସାର ନିମନ୍ତେ ଗୁରୁତ୍ଵ ଆରୋପ କରିଥିଲେ l

Leave A Reply

Your email address will not be published.