ଗାଇସିଲାଟ/ମନ ଡନସନା – ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଲେ। ଏଥିରେ ଅନେକ ଗରିବ, ଅସହାୟ ମେଧାବୀ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏମାନଙ୍କ ପାଖରେ ଅର୍ଥର ଅଭାବ ଯୋଗୁଁ ଉଚ୍ଚ ଶିକ୍ଷା କରିବାର ଆଶା ମଉଲି ଯାଇଛି। ଏପରି ଦୁଇଟି ପରିବାର ବିଷୟ ରେ ଆମ ଗାଇସିଲାଟ ଅଞ୍ଚଳର ଜଣାଶୁଣା ସମାଜସେବୀ ରଞ୍ଜନ କୁମାର ପଣ୍ଡା ସୂଚନା ପାଇଥିଲେ। ସଙ୍ଗେ ସଙ୍ଗେ ଶ୍ରୀ ପଣ୍ଡା ଉକ୍ତ ପରିବାର ପାଖକୁ ଯାଇ ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ରଞ୍ଜନ ପଣ୍ଡା ଗାଇସିଲାଟ ଭଲି ଏକ ଉପାନ୍ତ ଅଞ୍ଚଳରେ ରହୁଥିଲେ ମଧ୍ଯ ଯେକୌଣସି ସୂତ୍ରରୁ ଏପରି ଗରିବ, ଅସହାୟ ମାନଙ୍କ ଅସୁବିଧା ସମୟରେ ହାତ ବଢାଇଥାନ୍ତି। ସେଥିପାଇଁ ତାଙ୍କୁ ବ୍ଲକସ୍ତରୀୟ, ଜିଲ୍ଲା ସ୍ତରୀୟ, ରାଜ୍ଯ ସ୍ତରୀୟ ଅନେକ ପୁରସ୍କାର ପାଇଛନ୍ତି। ନିଜ ବାପା ସ୍ବର୍ଗତ ଆଦିତ୍ୟ କୁମାର ପଣ୍ଡାଙ୍କ ନିତି, ଆର୍ଦଶ ରେ ପରିଚାଲିତ ହୋଇ। କଳା, ସଙ୍ଗୀତ, କ୍ରିଡ଼ା, ଶିକ୍ଷା କ୍ଷେତ୍ରରେ ଗରିବ ଓ ଅସହାୟ ମାନଙ୍କ ପାଇଁ ଅଣ୍ଟା ଭିଡିଛନ୍ତି। ତାଙ୍କର ଏହି ଜନହିତକାରୀ କାର୍ୟ୍ଯ ପାଇଁ ସେ ଗାଇସିଲାଟ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟୁଛି।
Sign in
Sign in
Recover your password.
A password will be e-mailed to you.