ପାରିପାର୍ଶ୍ଵିକ ଗ୍ରାମବାସୀଙ୍କ ଜୀବନଧାରଣ ମାନ ଉନ୍ନତ କରିବାରେ ସହାୟତା କରୁଛି ଆଦିତ୍ୟ ଆଲୁମିନିୟମ

0

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ଆଦିତ୍ୟ ଆଲୁମିନିୟମ ଜନସାଧାରଣଙ୍କ ଜୀବନ ଉପରେ ଗୁଣାତ୍ମକ ପ୍ରଭାବ ପକାଇବା ସକାଶେ ଦଶନ୍ଧି ଦଶନ୍ଧି ଧରି ସେମାନଙ୍କ ସହିତ ନିୟୋଜିତ ରହିଆସିଛି । ଏମାନେ କମ୍ପାନୀର କାରଖାନା ପରିସୀମା ଏବଂ ତାହା ଚତୁପାର୍ଶ୍ଵରେ ବସବାସ କରୁଥିବା ବଞ୍ଚିତ ବର୍ଗ ଅଟନ୍ତି । ବିଗତ ଦଶବର୍ଷ ମଧ୍ୟରେ ସମ୍ବଲପୁର ଜିଲ୍ଲା ରେଙ୍ଗାଳି ବ୍ଲକ ଅନ୍ତର୍ଗତ ଛଅଟି ଗ୍ରାମପଞ୍ଚାୟତର ୪୦ଟି ଗ୍ରାମରେ ୫୦ ହଜାରରୁ ଅଧିକ ଗ୍ରାମବାସୀ ଏଠାରେ ସେମାନଙ୍କ ଉନ୍ନତ ଜୀବନଯାପନ ନିମନ୍ତେ ନିଆଯାଉଥିବା ପଦକ୍ଷେପରୁ ଉତ୍ତମ ଅନୁଭବ ଲାଭ କରିଛନ୍ତି ।
ପିଚୁରାସ୍ତାଂ ଏବଂ ରୋଡ ଓଭରବ୍ରିଜ୍‍ ନିର୍ମାଣ ସହିତ ଆଦିତ୍ୟ ଆଲୁମିନିୟମ ମଧ୍ୟ ଗୋଷ୍ଠୀ କେନ୍ଦ୍ର ଓ କୀର୍ତ୍ତନ ମଣ୍ଡପ ନିର୍ମାଣ କରିଛି, ପୋଖରୀ ଖୋଳାଇଛି, ମନ୍ଦିର ଏବଂ ଅନ୍ୟ ଉପାସନାସ୍ଥଳଗୁଡିକର ପୁନରୁଦ୍ଧାର, ନିରାପଦ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସହିତ ଏହିସବୁ ଗ୍ରାମରେ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇ ଦେଇଛି । ଏହି ଗୋଷ୍ଠୀ ସମ୍ପତ୍ତି ଏବଂ ସାମାଜିକ ଭିତ୍ତିଭୂମି ଜୀବନ ଧାରଣ ମାନରେ ବହୁବିଧ ଭାବରେ ଉନ୍ନତି ଆଣିଛି । ନିଆଯାଉଥିବା ପଦକ୍ଷେପଗୁଡିକ ମଧ୍ୟରେ ଜନସାଧାରଣଙ୍କ ଦ୍ୱାରଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା, ମହିଳାଙ୍କ ବିରୁଦ୍ଧରେ ଅପରାଧ ହ୍ରାସକରିବା, ନିରାପତ୍ତାମୂଳକ ପଦକ୍ଷେପ ଏବଂ ଦୁର୍ଘଟଣା ସର୍ବନିମ୍ନ ସ୍ତରକୁ ଆଣିବା ଦିଗରେ ପ୍ରୟାସ ଆଦି ଅନ୍ତର୍ଭୁକ୍ତ ।
ଶ୍ରୀ ସମୀର ନାୟକ, ୟୁନିଟ ହେଡ୍‍ ଆଦିତ୍ୟ ଆଲୁମିନିୟମ କହିଛନ୍ତି, “ଆମେ ଆମ ପାରିପାର୍ଶ୍ଵିକ ଗ୍ରାମଗୁଡିକର ବାସିନ୍ଦାଙ୍କର ସ୍ୱାଚ୍ଛନ୍ଦ୍ୟକୁ ସର୍ବଦା ପ୍ରାଥମିକତା ଦେଇଆସୁଛୁ । ସାମ୍ପ୍ରତିକ ବର୍ଷଗୁଡିକରେ କମ୍ପାନୀ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଜୀବନର ମାନରେ ଉନ୍ନତି ଆଣିବା ନିମନ୍ତେ ଗ୍ରାମଗୁଡିକରେ ଛଅଟି ସ୍ଥାନରେ ୧୫ କିଲୋମିଟରରୁ ଅଧିକ ପିଚୁ ରାସ୍ତା ନିର୍ମାଣ କରିଛି । ଏଥିସହିତ ଏହା ବେନ୍ଦୁଜୋର ବଡ ନାଳ ଉପରେ ଏକ ରୋଡ ଓଭରବି୍ରଜ୍‍ ନିର୍ମାଣ କରି ଧୋରାପାଣି ଗ୍ରାମବାସୀଙ୍କ ଯାତାୟତକୁ ସୁଗମ କରିଛି ।
ଏଥିସହିତ କମ୍ପାନୀ ଏହିସବୁ ଗ୍ରାମରେ ୧୫୦ରୁ ଅଧିକ ସୌର ଚାଳିତ ଆଲୋକ ସ୍ଥାପନ କରିଛି, ଯାହା ଜନସାଧାରଣ, ବିଶେଷକରି ମହିଳା ଓ ପିଲାମାନଙ୍କ ପାଇଁ ରାତିରେ ଚଳପ୍ରଚଳକୁ ନିରାପଦ କରିବା ସହିତ ଛାତ୍ର ଛାତ୍ରୀ ସେମାନଙ୍କ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବାନିମନ୍ତେ ସେମାନଙ୍କୁ ସମର୍ଥ କରାଉଛି,” ବୋଲି ଶ୍ରୀ ନାୟକ କହିଛନ୍ତି ।
“ବହୁବର୍ଷ ଧରି ଆମେ ବେନ୍ଦୁଜୋର ନାଳ ଅତିକ୍ରମ କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିଲୁ ଏବଂ ବର୍ଷା ଋତୁରେ ପରିସ୍ଥିତି ଅଧିକ ଖରାପ ହୋଇପଡୁଥିଲା । ନାଳ ଉପରେ ଏକ ସେତୁ ନିର୍ମାଣ କରିଥିବାରୁ ଆଦିତ୍ୟ ଆଲୁମିନିୟମକୁ ଆମ ଧନ୍ୟବାଦ ଜଣାଉଛୁ, ଯାହା ବର୍ଷତମାମ ଆମମାନଙ୍କର ସୁରୁଖୁରୁ ଯାତାୟତରେ ସହାୟକ ହେଉଛି,” ବୋଲି ବୋମାଲୋଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୋରାପାଣି ଗ୍ରାମର ବାସିନ୍ଦା ଗୋପାଳ କୃଷ୍ଣ ପଣ୍ଡା କହିଛନ୍ତି ।
ଆଦିତ୍ୟ ଆଲୁମିନିୟମ ଦ୍ୱାରା କରାଯାଇଥିବା କତରବଗା ମନ୍ଦିର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ପ୍ରଶଂସା କରି କତରବଗା ଗ୍ରାମପଞ୍ଚାୟତ ସରପଞ୍ଚ ନୀଳାମ୍ବର ରୋଗିଦାସ କହିଛନ୍ତି, “କତରବଗା ମନ୍ଦିର ପୁନରୁଦ୍ଧାର ନିମନ୍ତେ ଆମ ଅନୁରୋଧକୁ ରକ୍ଷା କରିଥିବାରୁ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ସିଏସ୍‍ଆର ବିଭାଗକୁ ଆମେ ହାର୍ଦ୍ଧିକ କୃତଜ୍ଞତା ଜଣାଉଛୁ । ଆମେ ଆଦିତ୍ୟ ଆଲୁମିନିୟମକୁ ଉତ୍ତମ ପାଇଁ ଏକ ଶକ୍ତି ଭାବରେ ବିବେଚନା କରୁଛୁ ।”
ଘିଚାମୁରା ଗ୍ରାମପଞ୍ଚାୟତ ସରପଞ୍ଚ ରାଜୀବ କିଶାନ୍‍ ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତା ନିୟମିତ ଭାବରେ ପୂରଣ କରୁଥିବା ଏବଂ ନିରାପଦ ପାନୀୟ ଜଳଯୋଗାଣ, ପୋଖରୀ ପୁନରୁଦ୍ଧାର ଓ ଖନନ, ସୌର ଆଲୋକ ସ୍ଥାପନ ଏବଂ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ ଆଦି ନିମନ୍ତେ ଆଦିତ୍ୟ ବିର୍ଲା ଗ୍ରୁପ୍‍ ସିଏସ୍‍ଆର ବିଭାଗକୁ ବିପୁଳ ପ୍ରଶଂସା କରିଥିଲେ ।
ଆଦିତ୍ୟ ଆଲୁମିନିୟମର ପ୍ରୟାସସମୂହକୁ ପ୍ରଶଂସା କରି ରେଙ୍ଗାଳି ବ୍ଲକ ଉନ୍ନୟନ ଅଧିକାରୀ କେ ସି ଦଳପତି କହିଥିଲେ, “ଆଦିତ୍ୟ ଆଲୁମିନିୟମ ତାହାର ପାରିପାର୍ଶ୍ଵିକ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ନିମନ୍ତେ ସଡକ, କଲଭର୍ଟ, ଗୋଷ୍ଠୀ କେନ୍ଦ୍ର ସ୍ଥାପନ ଏବଂ ସୌର ଶକ୍ତି ଚାଳିତ ଆଲୋକ ସ୍ଥାପନ ଆଦି ଜରିଆରେ ଲୋକଙ୍କ ଜୀବନଯାପନକୁ ସହଜ କରି ଗଢିତୋଳୁଛି । ବିଦ୍ୟାଳୟ ଭିତ୍ତିଭୂମିଠାରୁ ନେଇ ଗୋଷ୍ଠୀ ସମ୍ପତ୍ତି ନିର୍ମାଣ ପର୍ଯ୍ୟନ୍ତ, ରେଙ୍ଗାଳିର ବିକାଶ କ୍ଷେତ୍ରରେ ଆଦିତ୍ୟ ଆଲୁମିନିୟମ ଅବଦାନ ରଖିବା ସହିତ ଜନସାଧାରଣଙ୍କ ଜୀବନ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଉଛି ।”
କମ୍ପାନୀ ତାହାର କାରଖାନା ପାରିପାର୍ଶ୍ଵିକ ଅଞ୍ଚଳରେ କୌଣସି ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରିତା ଏବଂ ସେଥିପାଇଁ ପାଣ୍ଠି ଆବଣ୍ଟନ କ୍ଷେତ୍ରରେ ସରକାରଙ୍କ ସହିତ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରୁଛି, ଏବଂ ସେହି ସମୟରେ ପ୍ରଗତି କ୍ଷେତ୍ରରେ ସରକାର ଏବଂ ବୃହତ୍ତର ଭାବରେ ଗୋଷ୍ଠୀଗୁଡିକ ସହିତ ସହଭାଗୀ ଭାବରେ କାର୍ଯ୍ୟକରିବାକୁ ନିଜର ପ୍ରତିବଦ୍ଧତା ଦୋହରାଉଛି ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜକୁ ପ୍ରତିଦାନ ଦେବାର ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଓଡ଼ିଶାରେ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନକୁ ସ୍ପର୍ଶ କରିବା ସହିତ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି । ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର୍‍ କମୁ୍ୟନିଟି ଇନିସିଏଟିଭ୍‍ସ୍‍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ମାର୍ଗଦର୍ଶନରେ ଗ୍ରୁପ୍‍ର ସିଏସ୍‍ଆର ପରିଚାଳିତ ହେଉଛି । ଆମେ ବାସ କରୁଥିବା ଜନସମୁଦାୟଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରତି ସକ୍ରିୟ ଅବଦାନ ରଖିବା ଗ୍ରୁପ୍‍ର ଦୂରଦୃଷ୍ଟି ହୋଇ ରହିଆସିଛି ଏବଂ ସେଭଳି କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନ ଧାରଣ ପନ୍ଥା ନିର୍ମାଣ ତଥା ଦେଶର ମାନବ ସମ୍ବଳ ସୂଚକାଙ୍କରେ ଉନ୍ନତି ସାଧନ କରାଯାଇପାରିବ ବୋଲି ଗ୍ରୁପ୍‍ର ବିଶ୍ୱାସ । ଗ୍ରୁପ୍‍ର ଏହି ଦୂରଦୃଷ୍ଟି ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ଧାର୍ଯ୍ୟ ୟୁଏନ୍‍ଏସ୍‍ଡିଜି ଲକ୍ଷ୍ୟସମୂହ ମୁତାବକ ହୋଇଛି ।

Leave A Reply

Your email address will not be published.