ମୁମ୍ବାଇଠାରେ ଅନୁଷ୍ଠିତ ଜାତୀୟ ବିଧାୟକ ସମ୍ମିଳନୀରେ ଯୋଗଦେଲେ ଓଡ଼ିଶା ବିଧାନସଭାର ସଦସ୍ୟବୃନ୍ଦ

0

ଭୁବନେଶ୍ୱର: ଦେଶର ବାଣିଜି୍ୟକ ରାଜଧାନୀ ମୁମ୍ବାଇଠାରେ ଜୁନ୍ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଜାତୀୟ ବିଧାୟକ ସମ୍ମିଳନୀ (ନ୍ୟାସ୍ନାଲ୍ ଲେଜିସ୍ଲେଟରସ୍ କନ୍ଫରେନ୍ସ) ଅନୁଷ୍ଠିତ ହୋଇଯାଇଛିା ଓଡ଼ିଶା ବିଧାନସଭା ପକ୍ଷରୁ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣ ବିଧାୟକ, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଏବଂ ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ଏହି ସମ୍ମିଳନୀରେ ଯୋଗଦେଇଥିଲୋ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ ସମ୍ମିଳନୀରେ “ଗୁଡ଼୍ ଗଭର୍ଣ୍ଣାନ୍ସ ଥ୍ରୁ ନନ୍-ପାର୍ଟିସନ୍ ପଲିଟିକ୍ସ’ ଉପରେ ବକ୍ତବ୍ୟ ରଖିଥିବାବେଳେ ବିଧାନସଭା ସଚିବ ଶ୍ରୀ ଶତପଥୀ “ଫଙ୍କସନ୍ ଅଫ୍ ଲେଜିସ୍ଲେଟର ଚଲେଞ୍ଜେସ୍ ଆଣ୍ଡ ରୋଡସ୍ ଆହେଡ୍’ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲୋ
ଏମ୍.ଆଇ.ଟି ଓ୍ୱାର୍ଲଡ୍ ପିସ୍ୟୁନିଭରସିଟି, ପୁନାର ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଲୋକସଭାର ମାନ୍ୟବର ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଉଦ୍ଘାଟନ କରିଥିଲୋ ଲୋକସଭାର ପୂର୍ବତନ ବାଚସ୍ପତି ମୀରାକୁମାର, ଶିବରାଜ ପାଟିଲ ଏବଂ ସୁମିତ୍ରା ମହାଜନ ପ୍ରମୁଖ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିବା ସହ ଉପସ୍ଥିତ ପ୍ରତିନିଧିମାନଙ୍କୁ ବିଭିନ୍ନ ବିଷୟରେ ଉଦ୍ବୋଧନ ଦେଇଥିଲୋ ସମସ୍ତ ରାଜ୍ୟ ବିଧାନସଭାର ବାଚସ୍ପତି, ଉପବାଚସ୍ପତି, ବିଧାୟକ ଏବଂ ସଚିବମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲୋ

Leave A Reply

Your email address will not be published.