“ବର୍ଣାଳୀ” କବିତା ପୁସ୍ତକ ଉନ୍ମୋଚିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଗଣ ପର୍ବ ରଜ ଅବସରରେ ପାରଳାର ଯୁବ କବି ଅଞ୍ଜନା ପଟ୍ଟନାୟକଙ୍କ ଦ୍ଵାରା ସ୍ବରଚିତ କବିତା ପସରା “ବର୍ଣାଳୀ” ପୁସ୍ତକ ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ମୁଗ୍ଧା ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିଲେ।
ଯୁବ କବି ଅଞ୍ଜନା ପଟ୍ଟନାୟକ ନିଜ ପୁସ୍ତକ ସମ୍ବନ୍ଧ ରେ କିଛି ଅନୁଭବ କଥା ପ୍ରକାଶ କରି ଥିଲେ। ଏହା ପରେ ସଭାରେ ମୁଖ୍ୟ ଅତିଥି ଭାବରେ ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ , ମୁଖ୍ୟ ବକ୍ତା ଭାବେ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସରୋଜ ପଣ୍ଡା , ବିଶିଷ୍ଟ ଅତିଥି ଭାବେ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ , ବିଶିଷ୍ଟ ଆଲୋଚକ ଭାବେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ଅରବିନ୍ଦ ଦାସ ଓ ଶିକ୍ଷକ କରୁଣା ନିଧି ପଟ୍ଟନାୟକ ନିଜ ନିଜର ପ୍ରେରଣା ଦାୟକ ଅଭିଭାଷଣ ପ୍ରଦାନ କରିବା ସହ ପୁସ୍ତକର କବିତା ଓ କବି ଅଞ୍ଜନାଙ୍କ ବିଷୟରେ ମତାମତ ପ୍ରଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ଶେଷରେ ସ୍ଵାଧୀନ ତନୟା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଅନେକ ମାତ୍ରାରେ ସାରସ୍ଵତ ପ୍ରେମୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.