୧୪ ତମ ଓଡ଼ଗାଁ ରଘୁନାଥ ଆଥଲେଟିକ କ୍ରିକେଟ ଲିଗ (ଓସିଏଲ) ଉଦଯାପିତ:ଦଲକ ହାକର୍ସ ଚମ୍ପିୟାନ

0

ଓଡ଼ଗାଁ,୧୬।୬(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ଓଡ଼ଗାଁ ୧୪ତମ କ୍ରିକେଟ ଲିଗ (ଓସିଏଲ)ର ଶୁକ୍ରବାର ଅପରାହ୍ନରେ ଉଦଯାପିତ ଫାଇନାଲ ମ୍ୟାଚରେ ଇଲେଭେନ ଇମ୍ପୋରରକୁ ହରାଇ ଦଲକ ହାକର୍ସ ଚମ୍ପିୟାନ ଟ୍ରଫି ସହିତ ନଗଦ ୫ ହଜାର ଟଙ୍କା ପୁରସ୍କାର ହାସଲ କରିଥିଲେ ‌। ଇଲେଭେନ ଏମ୍ପୋରର ରନର୍ସ ଟ୍ରଫି ଗ୍ରହଣ କରିଥିଲା । ଆଜି ଖେଳର ପ୍ରଥମାର୍ଦ୍ଧ ସେମିଫାଇନାଲ ମ୍ୟାଚରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ପହଁଞ୍ଚି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ଫାଇନାଲ ମ୍ୟାଚରେ ଟସ୍ ଯିତି ନିର୍ଦ୍ଧାରିତ ୧୨ ଓଭରରେ ୭୫ ରନ୍ ସଂଗ୍ରହ କରିଥିବା ବେଳେ ଦଲକ ହାକର୍ସ ଦିତୀୟ ବ୍ୟାଟିଂ ରେ ଆସି ୧୦ ଓଭରରେ ୪ ଉଇକେଟ ହରାଇ ୭୬ ରନ୍ ସଂଗ୍ରହ କରି ୬ ଉଇକେଟରେ ବିଜୟ ହାସଲ କରି ଚଳିତବର୍ଷର ଓସିଏଲ ଚମ୍ପିୟାନ ଟ୍ରଫି ହାସଲ କରିଛନ୍ତି । ଦଳର ତିତିଲି ଚାରି ଚୈ।କା ଓ ୩ ଛକା ମାରି ୨୪ ବଲରେ ୪୦ ରନ୍ ସଂଗ୍ରହ କରି ମ୍ୟାନ ଅଫ ଦି ଫାଇନାଲ ମ୍ୟାଚ ହୋଇଥିବା ବେଳେ ସୌରଭ ମାଝୀ ବେଷ୍ଟ ବୋଲର ଏବଂ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ହାସଲ କରିଥିଲେ । ଇଲେଭେନ ଇମ୍ପୋରର ପ୍ରଦୀପ ନାୟକ ବେଷ୍ଟ ବ୍ୟାଟର ଏବଂ ଜୟଶିବ ଦଳର ତିଲକ ଗେମ୍ ଚେଞ୍ଜର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ପାଇଛନ୍ତି । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ ମୁଖ୍ୟ ବକ୍ତା ଭାବେ ଏବଂ ସୂର୍ଯ୍ୟ ନାରାୟଣ ଚୌଧୁରୀ, ଅଶୋକ କୁମାର ମହାପାତ୍ର, ଆଦର୍ଶ ପଟ୍ଟନାୟକ, ସାରସ କୁମାର ମିଶ୍ର, ସୁନିଲ ପଟ୍ଟନାୟକ, ଗଣେଶ୍ୱର ସାହୁ, ଅର୍ଜୁନ ସାହୁ ପ୍ରମୁଖ ସାମ୍ବାଦିକ ମାନେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ରଘୁନାଥ ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଦିବାକର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା ଏବଂ ସଂଯୋଜନା  କରିଥିବା ବେଳେ ଯୁଗ୍ମ ସମ୍ପାଦକ ସୁଶାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଥାଉକି ଆଜି ଖେଳର ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ସେମିଫାଇନାଲର ପ୍ରଥମ ମ୍ୟାଚ ଦଲକ ହାକର୍ସ ଏବଂ ଜୟଶିବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ‌। ଦଲକ ହାକର୍ସ ୧୮୪ ରନ୍ କରି ପ୍ରତିପକ୍ଷ ଠାରୁ ୧୦୮ ରନରେ ଆଗୁଆ ରହି ଫାଇନାଲ ମ୍ୟାଚକୁ ଉନ୍ନିତ ହୋଇଥିଲେ । ସେହିପରି ଇଲେଭେନ ଇମ୍ପୋରର ୧୭୪ ରନ୍ କରି ପ୍ରତିପକ୍ଷ ରୟାଲକିଙ୍ଗକୁ ୯୩ ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।

Leave A Reply

Your email address will not be published.