କଳାକାର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକସଭା

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାସହର ବିଶିଷ୍ଟ କଳାକାର ତଥା ବାଦ୍ୟଯନ୍ତ୍ର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ସ୍ଥାନୀୟ କରଣ ସାହି ସ୍ଥିତ ବିଜୟ ବ୍ୟାୟାମଶାଳା ପରିସରରେ ଶୋକସଭା ଆୟୋଜିତ ହୋଇଯାଇଛି । ସ୍ୱର୍ଗତ ପ୍ରଧାନ ପାରଳାଖେମୁଣ୍ଡିର ସମସ୍ତ ସଙ୍ଗୀତ ଅନୁଷ୍ଠାନରେ ନିଜର କଳାକୁ ପରିବେଷଣ କରି ବିଶିଷ୍ଟ ବାଦ୍ୟ ବାଦକ ରୁପେ ପରିଚିତ ଥିଲେ । ସେଥିପାଇଁ ତାଙ୍କୁ ସୁରତରଙ୍ଗିଣୀ, ଅନୁଷ୍ଠାନ ପକ୍ଷରୁ କଳାସାରଥି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆୟୋଜିତ ଶୋକ ଶୋଭାରେ କ୍ରିଏଟିଭ୍‍ ଆର୍ଟସ, ତରଙ୍ଗରଙ୍ଗ, ସମଲେଇ ନୃତ୍ୟକଳାପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିବାବେଳେ  ପୁର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ଗୁରୁ ରଘୁନାଥ ପାତ୍ର, ନାଟ୍ୟକାର ଦେବେନ୍ଦ୍ର ଦାସ, ମନୋଜ ପାଢୀ, ଆଦର୍ଶ ଦାଶ, ମୁନାପାଢୀ, ବାଳକୃଷ୍ଣ ପାଣିଗ୍ରାହୀ, ହରତ୍ରିପାଠୀ, ହରିହର ପଟ୍ଟନାୟକ, ସତ୍ୟନାରାୟଣ ପଢିୟାରୀ,ନାଟ୍ୟକାର ନୃସିଂହ ପଟ୍ଟନାୟକ ପ୍ରମୁଖ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦ୍‍ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.