ବରଗଡ /ଶିବାଶିଷ ପଟ୍ଟନାୟକ:- ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ଅନେକ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳୁଛି । ଏଠାରେ ସୂଚନାଯୋଗ୍ୟ ଯେ ଜରୁରୀକାଳୀନ ପରିସ୍ଥିତି ପାଇଁ ହେଉ ଅବା ସାଧାରଣ ଦିନ ପାଇଁ ହେଉ ରକ୍ତ ଭଣ୍ଡାର ଗୁଡିକରେ ସବୁବେଳେ ଯଥେଷ୍ଟ ପରିମାଣ ରେ ରକ୍ତ ମହଜୁଦ ରହିବା ଆବଶ୍ୟକ । ଆମ ରାଜ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଓଡିଶା ମୋ ପରିବାର ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ସେହିଭଳି ବରବଡ଼ ଜିଲ୍ଲାରେ ନିଷ୍ଠା ପରିବାର ବିଗତ ୧୪ ବର୍ଷ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ଲୋକଙ୍କ ଭିତରେ ରକ୍ତଦାନ କରିବା ପାଇଁ ସଚେତନତା ସୃଷ୍ଟି କରି ଆସୁଛି। ସେହିଭଳି ସଂକଳ୍ପ ପରିବାର ଓ ମାରବାଡ଼ି ଯୁବା ମଞ୍ଚ ମଧ୍ୟ କ୍ରମାଗତ ଭାବରେ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଅଭାବକୁ ପୂରଣ କରିବାର ପ୍ରୟାସ କରୁଛନ୍ତି । ଆସନ୍ତା ୧୮ ତାରିଖ ଦିନ ଯୁବା ମଞ୍ଚର ପଦ୍ମପୁର ଶାଖା ତରଫରୁ ପଦ୍ମପୁର ଠାରେ ଓ ପାଇକମାଲ ଶାଖା ତରଫରୁ ପାଇକମାଲ ଠାରେ ଯୁବାମଞ୍ଚ ଦ୍ୱାରା ଦୁଇଟି ମେଗା ରକ୍ତଦାନ ଶିବିରର ଆୟୋଜନ କରାଯିବ । ଏହି ରକ୍ତଦାନ ଶିବିରରେ ବହୁ ସଂଖ୍ୟରେ ଯୁବସମାଜ ଯୋଗଦାନ କରି ରକ୍ତଦାନ କରିବାଜୁ ଅନୁରୋଧ କରିଛନ୍ତି ବିଧାୟିକା । ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ଆଜି ସନ୍ଧ୍ୟା ସମୟରେ ଏକ ଭିଡିଓ ବାର୍ତ୍ତା ଜାରି କରି ଯୁବସମାଜକୁ ବହୁ ସଂଖ୍ୟାରେ ଆଗେଇ ଆସି ଯୁବାମଞ୍ଚ ଦ୍ୱାରା ଅୟୋଜିତ ହେବାକୁ ଥିବା ଏହି ଶିବିର ମାନଙ୍କରେ ରକ୍ତଦାନ କରିବାକୁ ନିବେଦନ କରିଛନ୍ତି । ନିଜର ଭିଡିଓ ବାର୍ତ୍ତାରେ ବିଧାୟିକା କହିଛନ୍ତି ଯେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ଯଦି କୋଣସି ଡାକ୍ତରଖାନାରେ ରକ୍ତର ଅଭାବରୁ ରୋଗୀ ରକ୍ତ ପାଇବାରେ ବଂଚିତ ହୁଅନ୍ତି ତେବେ ତାହା ଅସହ୍ୟ ହେବ, ତେଣୁ ଯୁବା ମଞ୍ଚର ଭାଇ ମାନେ ଯେଉଁ ରକ୍ତଦାନ ଶିବିରର ମହତ ଆୟୋଜନ କରୁଛନ୍ତି ସେଥିରେ ସମସ୍ତେ ରାକ୍ତଦାନ କରିବା ପାଇଁ ନିବେଦନ କରିବା ସହିତ ବିଧାୟିକା ଏହା ମଧ୍ୟ କହିଛନ୍ତି ଯେ ଜଣେ ରକ୍ତଦାତା ନିଜର ଗୋଚର ହେଉ ବା ଅଗୋଚର ରେ ହେଉ ରକ୍ତଦାନ କରି ଜଣେ ଲୋଜର ଜୀବନ ବଞ୍ଚାଇବା ଭଳି ମହାନ କାର୍ଯ୍ୟ କରିଥାଏ । ତେଣୁ ସମସ୍ତେ ରୋଗୀ ମାନଙ୍କ ଜୀବନ ରକ୍ଷା କରିବା ପାଇଁ ଆଗେଇ ଆସି ରକ୍ତଦାନ କରିବା ପାଇଁ ନିଜର ଭିଡିଓ ବାର୍ତ୍ତା ମାଧ୍ୟମରେ ବିଧାୟିକା ବର୍ଷା ସିଂ ବରିହା ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.