ରକ୍ ଷ୍ଟାର (କଟକ) ପ୍ରଥମ ରଜ କପ୍ ଵିଜେତା

0 1

 ଭୁବନେଶ୍ବର (ଚକ୍ରଧର ମାଝି) : ରଜ ପର୍ବ ପାଇଁ ଗୋପବନ୍ଧୁ କ୍ରିକେଟ କ୍ଲବ ପକ୍ଷରୁ ପ୍ରଥମ ରଜ କପ୍ – ୨୦୨୩ ଟେନିସ୍ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି।

ରଜ କୁଆଁରୀଙ୍କ କ୍ଷେତ୍ରରେ ପାଳନ ହେଉଥିବାବେଳେ ପୁରୁଷ ବା ଯୁବକଙ୍କ ପାଇଁ ରଜ ପର୍ବରେ ବ୍ୟାଟ୍ ଧରି ମଇଦାନରେ ଜଲୱା ଦେଖାଇବା ପାଇଁ ଆୟୋଜିତ ଏହି ୬ ଦିନିଆ ପ୍ରତିଯୋଗିତା ଗୋପବନ୍ଧୁ କ୍ରିକେଟ କ୍ଲବ ‌ପ୍ଲେ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିଲା।

ଫାଇନାଲ୍‌ରେ ରକ୍ ଷ୍ଟାର ୬ ୱିକେଟ୍‌ରେ ଏମ୍ ବି ଏସ୍ କୁ ପରାସ୍ତ କରିଥିଲା। ଏମ୍ ଵି ଏସ୍ ୭ ଓଭରରେ ୫ ୱିକେଟ୍‌ ହରାଇ ୧୨୩ ରନ୍‌ କରିଥିଲା। ରକ୍ ଷ୍ଟାର ୬.୧ ଓଭରରେ ୪ ୱିକେଟ୍ ହରାଇ ୧୨୮ ରନ୍ ସଂଗ୍ରହ କରି ନେଇଥିଲା। ଵେଣୁଧର ଵେହେରା ୭ ବଲରୁ ୩୨ ରନ୍‌ ସଂଗ୍ରହ କରିବା ସହ ଫାଇନାଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସୌମ୍ୟ ମହାନ୍ତି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ବିଜେତା ରକ୍ ଷ୍ଟାର (କଟକ) ଦଳକୁ ୧. ଲକ୍ଷ ଟଙ୍କା, ରନର୍ସ ଅପ୍ ଏମ୍ ବି ଏସ୍ (ଭୁବନେଶ୍ବର) ଦଳକୁ ୬୦ ହଜାର ଟଙ୍କା ଏବଂ ଡିସିପ୍ଲିନ ମାରୁତି (ରାଉରକେଲା) ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଉଦ୍‌ଯାପନୀ ଉତ୍ସବରେ ପୁର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଯୁବ ଖେଳାଳିମାନଙ୍କୁ ଏକ ବଡ଼ ପ୍ଲାଟଫର୍ମ ଯୋଗାଇଦେବା ଏହି ପ୍ରତିଯୋଗିତାର ଆଭିମୁଖ୍ୟ ଥିଲା ବୋଲି ଗୋପବନ୍ଧୁ କ୍ରିକେଟ କ୍ଲବର ସମ୍ଫାଦିକ ଦେବପ୍ରସାଦ ଜେନା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.