ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଦରଦି କବି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ କବିତା ପସରା କଥା ଓ ବ୍ୟଥା ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଲୋକାର୍ପିତ ହୋଇସାରିଛି। କବିଙ୍କର ଏହି କବିତା ଗୁଚ୍ଛଟି ତାଙ୍କର ସପ୍ତମ ସୃଷ୍ଟି। କବିତାଟିରେ ସେ ସାମ୍ପ୍ରତିକ ଯୁଗ ଚେତନା ପାଇଁ ଏକ ବଂନହ୍ହିଁ ଶିଖା ସମାଜ ପାଇଁ ବାଣ୍ଟିଛନ୍ତି ବୋଲି ବକ୍ତା ମାନେ ବକ୍ତବ୍ୟ ରେ କହିଥିଲେ। ସମସ୍ତ କବିତା ଗୁଡ଼ିକୁ ଅଧ୍ୟାପକ ସୌଦାଗର ସିଓ ସମୀକ୍ଷା କରିଥିଲେ। ଡ.ଭୁବନେଶ୍ୱର ପଟ୍ଟନାୟକ , ପଣ୍ଡିତ ନରସିଂହ ଗୌଡ଼ , ସମ୍ପୂର୍ଣ୍ଣା ନନ୍ଦ ବେବର୍ତ୍ତା , ବିନୋଦ ଜେନା , ଭଗବତ ପାଢ଼ୀ , ଡ.କଲ୍ୟାଣୀ ମିଶ୍ର , ଆଶାଲତା ପାଣିଗ୍ରାହୀ , ଶାଶ୍ଵତୀ ବେବର୍ତ୍ତା ନିଜ ନିଜର ମତ ରଖିଥିବା ବେଳେ ଶରତ ସାହୁ , ମୂରଲୀଧର ପରିଚ୍ଛା , ତ୍ରିପତି ପ୍ରସାଦ ପଣ୍ଡା , ବିଷ୍ଣୁ ପ୍ରସାଦ ପଣ୍ଡା , କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଡାଇଟ୍ ର ଅଧ୍ୟକ୍ଷ ଡାକ୍ତର ମୁର୍ମୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post