ଭୁବନେଶ୍ୱର: ବିଶିଷ୍ଟ ଚିକିତ୍ସକ, ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମେୟର ତଥା ବିଶିଷ୍ଟ ସମାଜସେବୀ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକରେ ରାଜ୍ୟ ଖାଦ୍ୟ ଓ ଯୋଗାଣ, ସମବାୟ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଆଜି ପ୍ରତ୍ୟୁଷରେ ଶହୀଦ ନଗରସ୍ଥିତ ବାସଭବନରେ ଡାକ୍ତର ମହାପାତ୍ରଙ୍କ ପରଲୋକ ହୋଇଥିବା ଖବର ପାଇ ମନ୍ତ୍ରୀ ଶ୍ରୀ ନାୟକ ତାଙ୍କର ଶେଷ ଦର୍ଶନ କରିଥିଲେ। ଏକ ଶୋକ ବାର୍ତ୍ତାରେ ଶ୍ରୀ ନାୟକ ଉଲ୍ଲେଖ କରିଛନ୍ତି ଯେ, ଜଣେ ଲୋକପ୍ରିୟ ଡାକ୍ତର ଭାବରେ ଜଣାଶୁଣା ଡାକ୍ତର ମହାପାତ୍ରଙ୍କୁ ସେ ନିଜ ପିଲାଦିନରୁ ଜାଣନ୍ତି। ଭୁବନେଶ୍ୱରରେ କର୍ପୋରେଟ ହସ୍ପିଟାଲ ଯୁଗ ଆରମ୍ଭ ହେବା ପୂର୍ବରୁ ଯେଉଁ ହାତଗଣତି କେତେଜଣ ଡାକ୍ତର ସମଗ୍ର ରାଜଧାନୀରେ ସୁନାମ ଅର୍ଜନ କରିଥିଲେ, ସେମାନଙ୍କ ମଧ୍ୟରେ ଡାକ୍ତର ଜଗନ୍ନାଥ ମହାପାତ୍ର ଥିଲେ ଅଗ୍ରଗଣ୍ୟ। ଚିକିତ୍ସା ସେବା ବ୍ୟତୀତ ଜଣେ ରାଜନେତା, ସମାଜସେବୀ ଓ ଅଭିନେତା ଭାବରେ ମଧ୍ୟ ସେ ବେଶ୍ ଜଣାଶୁଣା ଥିଲେ। ଈଶ୍ୱର ତାଙ୍କ ଆତ୍ମାକୁ ସଦଗତି ଦେବା ସହିତ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବାକୁ ଧୈର୍ଯ୍ୟ ଦିଅନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.