ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ସ୍ଥିତ ମାଁ ରୁଦ୍ରକାଳୀ ଆଖଡ଼ା ଗୃହ ଠାରେ ଖଣ୍ଡାୟତ ‘ଗୁନା’ ସମାଜ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି I ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବର୍ତମାନର “ଗୁନା” ସମ୍ପ୍ରଦାୟ କହିଛନ୍ତି ଯେ ଆମେ ‘ଗୁନା’ ସମ୍ପ୍ରଦାୟର ନୁହେଁ ବରଂ ଆମେ ‘ଖଣ୍ଡାୟତ’ ସମ୍ପ୍ରଦାୟର ବୋଲି ଦାବୀ ରଖିଛନ୍ତି I ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଭାରତ ସ୍ୱାଧୀନ ହେବା ପରେ ଓଡ଼ିଶା ସରକାର ପୁନର୍ବାର ଭୂ -ସମ୍ପତିର ବନ୍ଦୋବସ୍ତ ଆଇନ ୧୯୬୬ ମସିହାରୁ ଆରମ୍ଭ କରି କ୍ରମାନ୍ୱୟରେ ୧୯୮୩ ମସିହାରେ ଶେଷ କଲେ I ୧୯୨୩ ମସିହା ଭୂ -ବନ୍ଦୋବସ୍ତ ରେକର୍ଡ କୁ ଆଧାର କରି କନ୍ଧମାଳ ର ଭୂ-ବନ୍ଦୋବସ୍ତ ୧୯୮୩ରେ ସମାପ୍ତ କରି ଘୁ.ଉଦୟଗିରି ନାୟକ, ପ୍ରଧାନ, ମାଝୀ, ପରିଛା ଇତ୍ୟାଦି ଟାଇଟଲ ଧାରୀଙ୍କୁ ସରକାର ଖଣ୍ଡାୟତ ବଦଳରେ “ଗୁନା” ଜାତି ଭାବେ ପରିଚୟ ପତ୍ର ପ୍ରଦାନ କରିଥିଲେ I “ଗୁନା” ଜାତିରେ ପରିଚୟ ପାଇବା ପରେ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ଆଜି ସାମ୍ବାଦିକ ସମ୍ମିଳନୀରେ ପୁନର୍ବାର ତାଙ୍କୁ ‘ଖଣ୍ଡାୟତ’ ଜାତିରେ ସାମିଲ କରିବା ନିମନ୍ତେ ଦାବୀ ଜୋର ଧରିଛି ନଚେତ ଆଇନର ଆଶ୍ରୟ ନେବା ସହ ରାଜରାସ୍ତାକୁ ଓଲ୍ହେଇବା ନିମନ୍ତେ ଚେତାବନୀ ଦେଇଛନ୍ତି I ନିଜର ମୌଳିକ ଅଧିକାରକୁ ହାସିଲ କରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ସଭାପତି ସୁଦର୍ଶନ ନାୟକ, ଉପ- ସଭାପତି ଶରଣ ପଞ୍ଜର ମାଝୀ, ଆବାହକ ଅଶ୍ୱିନୀ ନାୟକ, କୋଷାଧ୍ୟକ୍ଷ ଜବାଲାଲ ପରିଛା, ରାମେଶ୍ୱର ନାୟକ, ଜୟଚନ୍ଦ୍ର ନାୟକ, ବିକ୍ରମ ନାୟକ, ସତ୍ୟବାନ ନାୟକ, ଖଦାଳ ନାୟକ, ଗୁଣ୍ଡିଚା ନାୟକ, ରାଜେଶ୍ୱର ନାୟକ, ଜଗନ୍ନାଥ ନାୟକ, ବାସୁଦେବ ନାୟକ ପ୍ରମୁଖ ଉପସ୍ଥିତ ରହି ନିଜର ହକ ପାଇବା ପାଇଁ ସାମ୍ବାଦିକ ସମ୍ମିଳନୀରେ ମତ ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.
Prev Post