ନିଶ୍ଚିନ୍ତକୋଇଲି ବ୍ଲକ 27 ଗୋଟି ପଞ୍ଚାୟତର 475 ଜଣ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା

0 2

https://youtu.be/uXb33DSI51M

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ  ନିର୍ଦେଶ ଦେଲେ ବିଧାୟକ ପ୍ରତାପ ଜେନା l 

 (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ଵଛ, ନିର୍ମଳ, ବିକାଶମୁଖୀ ଶାସନରେ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ମଧୁବାବୁ ପେନସନ ଯୋଜନା ରେ ନୂତନ ଭାବେ ସଂଯୋଗ କରାଯାଇ ଭତ୍ତା ବଣ୍ଟନ କରାଯାଉଛି l ଏହି ଯୋଜନାରେ ମାହାଙ୍ଗା ନର୍ବାଚନ ମଣ୍ଡଳୀ ଅଞ୍ଚଳ ର ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯିବ ବୋଲି ବିଧାୟକ ପ୍ରତାପ ଜେନା ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଏହି ପରିପ୍ରେକ୍ଷୀ ରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ର 27 ଗୋଟି ପଞ୍ଚାୟତ ର 475 ଜଣ ନୂତନ ଯୋଗ୍ୟ ହିତାଧିକାରୀ ଙ୍କୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରାଯାଇଛି l ବ୍ଲକ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ଙ୍କ ସଭାପତିତ୍ୱ କ୍ରମେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଶୁକରପଡା ଡାକବଙ୍ଗଳା ପରିସରରେ ବାର୍ଦ୍ଧକ୍ୟ, ବିଧବା ମାନଙ୍କୁ ନୂତନ ଭାବେ ମାସିକ 500 ଟଙ୍କା ଏବଂ 60 % ରୁ ଅଧିକ ଭିନ୍ନକ୍ଷମ ମାନଙ୍କୁ 700 ଟଙ୍କା ଏହିପରି ଭାବେ ମୋଟ 475 ଜଣଙ୍କୁ ଭତ୍ତା ବଣ୍ଟନ କରିଥିଲେ l

ବିଧାୟକ ଙ୍କ ସହ ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ସମାଜସେବୀ ଜ୍ୟୋତିପ୍ରକାଶ ସ୍ୱାଇଁ, ଜିଲ୍ଲାପରିଷଦ ଭୁପତିଭୁଷଣ ଷଣ୍ଡ, ବିପ୍ଳବ କାପ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ମାନେ ଉପସ୍ଥିତ ଥିଲେ l ଭତ୍ତା ପାଇଥିବା ସମସ୍ତ ହିତାଧିକାରୀ ମାନେ ବିଧାୟକ ପ୍ରତାପ ଜେନା,  ସରପଞ୍ଚ ଏବଂ ବ୍ଲକ ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ l

Leave A Reply

Your email address will not be published.