ଭୁବନେଶ୍ୱର: ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍ଏସସି)ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକ ପ୍ରଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛିା ଏହି କ୍ରମରେ ୧୦୮ ଜଣ ଶିକ୍ଷକ ପ୍ରଶିକ୍ଷକଙ୍କୁ ଉପଯୁକ୍ତ ଚୟନ ପ୍ରକ୍ରିୟା ଆଧାରରେ ଚୟନ କରାଯାଇଛିା ସେମାନଙ୍କୁ ଜିଲ୍ଲା ପ୍ରଶିକ୍ଷଣ ଅନୁଷ୍ଠାନ ଓ ବ୍ଲକ୍ ପ୍ରଶିକ୍ଷଣ ଅନୁଷ୍ଠାନରେ ନିଯୁକ୍ତ କରାଯିବା ଏହି ପ୍ରଶିକ୍ଷକମାନେ ପ୍ରାଥମିକ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବୋ ଓଡିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଶିକ୍ଷାକ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ନିଯୁକ୍ତିର ପ୍ରମୁଖ ଉଦ୍ଦେଶ୍ୟା
ଏହି ଶିକ୍ଷକ ପ୍ରଶିକ୍ଷକମାନଙ୍କ ନିୟୋଜନ ପ୍ରାଥମିକ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ବିକାଶ ଉପରେ ଗୁରୁତ୍ୱାରୋପ କରିବା ଏହାସହ ସେମାନଙ୍କୁ ନିଜ ବୃତ୍ତିରେ ଉତ୍କର୍ଷତା ପ୍ରତିପାଦନ ପାଇଁ ଆବଶ୍ୟକୀୟ ସମସ୍ତ ଜ୍ଞାନକୌଶଳ ଯୋଗାଇଦେବା ବିଭିନ୍ନ ତାଲିମ କାର୍ଯକ୍ରମର ଆୟୋଜନ, ପରିକଳ୍ପନା, ବିତରଣ, କର୍ମଶାଳା ସହ ସେମିନାର ପରିଚାଳନା, ଶିକ୍ଷାଦାନ ଓ ପାଠ୍ୟକ୍ରମ ବିକାଶ ଉପରେ ମାର୍ଗଦର୍ଶନ ପ୍ରଦାନ କରିବା ଏହି ନିୟୋଜନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦୀର୍ଘଦିନ ଧରି ଚାଲିଥିବା ପଦବୀ ପୂରଣ ସମସ୍ୟାର ସମାଧାନ କରି ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି କରିବା ସୂଚନାଯୋଗ୍ୟ ଯେ, ରାଜ୍ୟରେ ୩୦ଟି ଜିଲ୍ଲାରେ ୩୦ଟି ଜିଲ୍ଲା ପ୍ରଶିକ୍ଷଣ ଅନୁଷ୍ଠାନ ଓ ୪ଟି ବ୍ଲକ୍ ପ୍ରଶିକ୍ଷଣ ଅନୁଷ୍ଠାନ କାର୍ଯ୍ୟରତା ପ୍ରତି ଜିଲ୍ଲା ପ୍ରଶିକ୍ଷଣ ଅନୁଷ୍ଠାନରେ ୧୦୦ଜଣ ପ୍ରାଥମିକ ଶିକ୍ଷକ ତାଲିମ ନେବାର ବ୍ୟବସ୍ଥା ରହିଛିା ସେହିଭଳି ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳ ଯଥା ମୟୂରଭଞ୍ଜ, ସୁନ୍ଦରଗଡ, ରାୟଗଡ଼ା, ନବରଙ୍ଗପୁରରେ ୪ଟି ବ୍ଲକ୍ ପ୍ରଶିକ୍ଷଣ ଅନୁଷ୍ଠାନ ରହିଛିା
Sign in
Sign in
Recover your password.
A password will be e-mailed to you.
Prev Post
ସ୍କୋଡା ଅଟୋ ଇଣ୍ଡିଆ ବିତରଣ ସମୟକୁ ତ୍ୱରାନ୍ୱିତ କରିବା ପାଇଁ ଫ୍ଲାଗସିପ କୋଡିଆକ ଯୋଗାଣକୁ ଆହୁରି ବୃଦ୍ଧି କରିଛି
Next Post