ଭୁବନେଶ୍ୱର, ୧୨/୦୬ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୩୬ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ରବିବାର ଏକ ବିଶେଷ ଗ୍ରାଜୁଏସନ୍ ସେରିମୋନିରେ ସେମାନଙ୍କର ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ସିରିଆ, ଉଗାଣ୍ଡ, ଭୁଟାନ ଓ ନେପାଳରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସୋଆରେ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍ , ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ଏବଂ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ ର ୪ବର୍ଷ ଅଧ୍ୟୟନ ସମାପ୍ତ କରିଛନ୍ତି ।
ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କୁଳାଧିପତି ପ୍ରଫେସର ଅମିତ ବାନାର୍ଜୀ ଏହି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କନ୍ଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଫ୍ୟାକଲ୍ଟି ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍ସେସ୍ର ଆଡିସ୍ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏବଂ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନିଚକେତା କେ. ଶର୍ମା ଉପସ୍ଥିତ ଥିଲେ ।
ଛାତ୍ରଛାତ୍ରୀମାନଙ୍କୁ ଉପଢୌକନ ଦେଇ ପ୍ରଫେସର ବାନାର୍ଜୀ ସେମାନେ ଅଧ୍ୟୟନ ନିମନ୍ତେ ସୋଆକୁ ମନୋନୀତ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସୋଆ ନିକଟରେ ଭାରତ ସରକାରଙ୍କ ରାଙ୍କିଙ୍ଗରେ ଦେଶରେ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ୧୫ତମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କର ଶିକ୍ଷା ଗ୍ରହଣ ଉତମ ହୋଇଅଛି ବୋଲି ସେ କହିଥିଲେ ।
କୁଳପତି ପ୍ରଫେସର ନନ୍ଦ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ସୋଆର ଅଂଶ ଭାବେ ରହିବା ସହିତ ସେମାନଙ୍କ ନିଜ ଦେଶରେ ବିଶ୍ୱବିଦ୍ୟାଳୟର ପରିଚୟ ହେବେ ବୋଲି କହିଥିଲେ । ଏହି ଛାତ୍ରଛାତ୍ରୀମାନେ ସେମାନଙ୍କର ଉତରୋତର ଅଧ୍ୟୟନ ମଧ୍ୟ ସୋଆରେ କରିପାରିବେ ବୋଲି ପ୍ରଫେସର ନନ୍ଦ ଉଲ୍ଲେଖ କରିଥିଲେ ।
ଏହାର ଉତରରେ ନେପାଳରୁ ଆସିଥିବା ଜଣେ ଛାତ୍ରୀ ଜଇନୀବ ମୁସିର ଇରାକୀ ସୋଆ ସେମାନଙ୍କ ଜୀବନ ଯାତ୍ରାରେ ଏକ ଅଭୁଲା ସ୍ୱୁତି ହୋଇ ରହିବ ବୋଲି କହିଥିଲେ । “ ଆମର ୪ ବର୍ଷ ର ଯାତ୍ରା ଆଜି ଶେଷ ହେଲେ ମଧ୍ୟ ସମାଜ ପ୍ରତି ଆମର ପ୍ରତିବଦ୍ଧତାର ଆରମ୍ଭ ହୋଇଛି । ଏହି ଅଧ୍ୟୟନ ସମୟରେ ଆମେ ବିଭିନ୍ନ ବିଷୟକୁ ଗ୍ରହଣ କରିବା, ସହିଷ୍ଣୁ ହେବା ଓ ଶିକ୍ଷାକୁ ଅଗ୍ରାଧିକାର ଦେବା ଶିକ୍ଷା କରିପାରିଛୁ” ବୋଲି ସେ କହିବା ସହିତ ଏହି ସୁଯୋଗ ନିମନ୍ତେ ଭାରତ ସରକାର ତଥା ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସିରିଆରୁ ଆସିଥିବା ଛାତ୍ର ଅହମ୍ମଦ ଇସ୍କନ୍ଦର ମଧ୍ୟ ସେମାନଙ୍କୁ ମାର୍ଗଦର୍ଶନ କରାଇଥିବାର ସୋଆକୁ କୃତଜ୍ଞତା ଜଣାଇଥିଲେ । ଭାରତ ତଥା ଓଡ଼ିଶାବାସୀ ବିଦେଶୀ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରତି ଆତ୍ମିୟତା ପ୍ରଦର୍ଶନ କରିଥିବାରୁ ସେ ଧନ୍ୟବାଦ ଦେଇଥିଲେ ।
ପ୍ରଫେସର ଶର୍ମା ଏହି ଛାତ୍ରଛାତ୍ରୀମାନେ ସେମାନଙ୍କ ନିଜ ଦେଶରେ ସୋଆର ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ । ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post