ଉଚ୍ଚ ଶିକ୍ଷାମନ୍ତ୍ରୀ ଭାବେ ଅତନୁ ସବ୍ୟସାଚୀ ନାୟକଙ୍କ ଦାୟିତ୍ବ ଗ୍ରହଣ

0 2

ଭୁବନେଶ୍ୱର : ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଉଚ୍ଚ ଶିକ୍ଷାମନ୍ତ୍ରୀ ଭାବେ ନୂତନ ଦାୟିତ୍ବ ଗ୍ରହଣ କରିଛନ୍ତି | ନୂତନ ଭାବେ ବିଭାଗର ଦାୟିତ୍ବ ଗ୍ରହଣ କଲାପରେ ଶ୍ରୀ ନାୟକ ଲୋକସେବା ଭବନରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସହିତ ଆଲୋଚନା କରୁଛନ୍ତି | ୫-ଟି କାର୍ଯ୍ୟକ୍ରମ ଆଧାରରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ ଅତ୍ୟନ୍ତ ବିବାଦୀୟ ପରିସ୍ଥିତିରେ ପୂର୍ବତନ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ମନ୍ତ୍ରୀପରିଷଦରୁ ବିଦା ହେବ ପରେ ମନ୍ତ୍ରୀମଣ୍ଡଳର ଅନ୍ୟତମ ଟାଣୁଆ ତଥା ଅଭିଜ୍ଞ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ନିଜ ମୂଳ ବିଭାଗ ସହ ଅତିରିକ୍ତ ଭାବେ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଥିଲା |

Leave A Reply

Your email address will not be published.