ବ୍ୟାଚ ଫିଷ୍ଟ ହେଲା କାଳ, ବୋଲେରୋ ଧକାରେ ରେ ଗଲା ୨ ଜୀବନ

0 2

କାମାକ୍ଷାନଗର-ଭୋଜିକରିବାପାଇଁ ଯାଉଥିବବେଳେ ହେଲା କାଳ। ଗଛ ଛାଇରେ ଖରା ଦାଉରୁ ରକ୍ଷାପାଇଁ ଠିଆ ହୋଇଥିବାବେଳେ ମାଡିଗଲା ବୋଲେରୋ ଗାଡି। ମୃତକ ଦ୍ବୟ ହେଲେ ସୁରପ୍ରତାପୁର ଗ୍ରାମର ବଟକୃଷ୍ଣ ସାହୁଙ୍କ ପୁଅ ମ ପୃଥିରାଜ ସାହୁ ଓ ବିନୋଦ କାଣ୍ଡିଙ୍କ ପୁଅ ସୌମ୍ୟରଞ୍ଜନ କାଣ୍ଡି | ଖବର ନେବାରେ ଜଣାଯାଏ ଯେ ରବିବାର ଛୁଟି ଦିନ ଥିବାରୁ 2023ମସିହାରେ ମାଟ୍ରିକ ପରୀକ୍ଷା ଦେଇଥିବା ସାଙ୍ଗ ମାନେ ସାଥି ହୋଇ ଭୋଜି କରିବାକୁ ଯାଉଥିଲେ | ଗାଁ ରୁ ବାହାରିବା ପରେ ଅତ୍ୟଧିକ ଖରା ଯୋଗୁ ବନ ଦୁର୍ଗା ମନ୍ଦିର ନିକଟରେ ଅପରାହ୍ନ ୨.୩୦ ବେଳକୁ ବର ଗଛ ଛାଇ ରେ ଠିଆ ହୋଇଥିଲେ। ଏହି ସମୟରେ ବୋଲେରୋଟି ଉଭୟଙ୍କୁ ଧକ୍କା ଦେଇଥିଲା। ଉଭୟେ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡିରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ 108 ଆମ୍ବୁଲାନ୍ସ ଯୋଗେ ଭୁବନ ଡାକ୍ତରଖାନାକୁ ଆଣିଥିଲା | ଭୁବନ ଡାକ୍ତରଖାନାରେ ଡାକ୍ତର ଆନନ୍ଦିତା ପରିଡା ଉଭୟଙ୍କୁ ମୃତ ଘୋଷଣା କରିଥିଲେ | ଚଳିତ ବର୍ଷ ୨ ସାଙ୍ଗ ମାଟ୍ରିକ ଦେଇ ଭଲ ମାର୍କ ରଖି ପାସ କରିଥିଲେ | ଆଶା ଥିଲା ଭଲ କଲେଜ ରେ ପଢି ବାପା ମା ଙ୍କୁ ସାହାଯ୍ୟ କରିବେ ପରିବାର ଲୋକେ ଆସାକରିଥିଲେ | କିନ୍ତୁ ଦୁଇ ସାଙ୍ଗଙ୍କ ମୃତ୍ୟୁ ଯୋଗୁ ଉଭୟ ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି।

Leave A Reply

Your email address will not be published.