ସେବା ଫର ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଅସହାୟଙ୍କ ଶବଦାହ ।

0 2

କଙ୍କଡାହାଡ଼,୧୦/୬:କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ଗ୍ରାମ ଅନ୍ତର୍ଗତ ନୁଆଁସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ଅନୁସାରେ ଗ୍ରାମର ସମ୍ବାରୁ ମୁଣ୍ଡା(୫୦)ଙ୍କ ଆଜି ପୂର୍ବାହ୍ନ ୮.୩୦ ସମୟ ରେ ନିଜ ବାସ ଭବନରେ ପରଲୋକ ଘଟିଛି ।ବସ୍ତିର ଅନ୍ୟ ଲୋକମାନେ ସହଯୋଗ ନକରିବାରୁ ଏକୁଟିଆ ପରିବାର ଶବଦାହ କରିବାରେ ବିଳମ୍ବ ହେଇଥିବା ଖବର ପାଇ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ନବକିଶୋର ସାହୁଙ୍କ ଅନୁରୋଧ କ୍ରମେ ଘାଗରାମୁଣ୍ଡା ଗ୍ରାମର ସାମାଜିକ ସଂଗଠନ ସେବା ଫର ହ୍ୟୁମାନ ଫାଉଣ୍ଡେସନର ସଦସ୍ୟ ମାନେ ତାଙ୍କ ଘର କୁ ଆସି ମୃତ ବ୍ୟକ୍ତିଙ୍କୁ ଘରୁ ସ୍ମଶାନକୁ ନେଇ ଅପରାହ୍ଣ ୬.୩୦ ରେ ଶବଦାହ କରିଥିଲେ ।ସେବା ଫର ହ୍ୟୁମାନ ଫର ଫାଉଣ୍ଡେସନର ସଭାପତି ଟୁଟୁନ ସାହୁ,ସଦସ୍ୟ ଅଜୟ ସାହୁ, ବୈକୁଣ୍ଠ ସାହୁ,ବିଷୀକେଶନ ସିଂହ,ନିନ୍ନୟ ପ୍ରଧାନ,ପଦ୍ମନ ସାହୁ,ରସାନନ୍ଦ ଦେହୁରୀ,ସ୍ୱରାଜ ସାହୁ,ବିନୋଦ ପଧାନ ସହଯୋଗ କରିଥିଲେ ।ଏହି ଖବର ପାଇ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ନବକିଶୋର ସାହୁ, ଢେଙ୍କାନାଳ ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ରାଜେଶ ଦେହୁରୀ, ଘାଗରାମୁଣ୍ଡା ସରପଞ୍ଚ ପ୍ରତିନିଧି ନିରଞ୍ଜନ ନାଏକ,ଗଣମାଧ୍ୟମ ପ୍ରତିନିଧି କ୍ଷୀରୋଦ ଦେହୁରୀ,ଟୁକୁନ ବିଶ୍ୱାଳ ସ୍ମଶାନରେ ପହଞ୍ଚି ଶବଦାହ ରେ ସାମିଲ ଥିଲେ ।ସଂଗଠନ ତରଫରୁ ସମସ୍ତ ସାହାଯ୍ୟ କରାଯିବ ବୋଲି ସଭାପତି ସୂଚନା ଦେଇଛନ୍ତି ।ସେବା ଫର ହ୍ୟୁମାନ ଫାଉଣ୍ଡେସନର ଏମିତି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.