କଠିନ ସମୟରେ ରକ୍ତଦାନ କରିବା ପାଇଁ ନିବେଦନ କଲେ ସୁଶାନ୍ତ ସିଂ

0

ବରଗଡ଼ :- ପଶ୍ଚିମ ଓଡ଼ିଶାରେ ବିଜେଡି ର ଟାଣୁଆ ତଥା ଯୁବସମାଜ ର ଅତିପ୍ରିୟ ନେତା ସୁଶାନ୍ତ ସିଂ ଙ୍କର ଏକ ଭିଡିଓ ଆଜି ସନ୍ଧ୍ୟା ସମୟରୁ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ପ୍ରବଳ ଖରା କାରଣ ରୁ ଅଧିକାଂଶ ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଅଭାବ ପରିଲକ୍ଷିତ ହେଉଛି । କହିବାକୁ ଗଲେ ପ୍ରବଳ ଖରା ପାଇଁ ଲୋକେ ରକ୍ତଦାନ ପାଇଁ ସାମାନ୍ୟ ପଛଘୁଞ୍ଚା ଦେଉଛନ୍ତି । ଯଦିଓ ବିଭିନ୍ନ ସାମାଜିକ , ସଂସ୍ଥା , ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଡିଶା ମୋ ପରିବାର ଭଳି ଅନେକ ଅନୁଷ୍ଠାନ ବା ସଂସ୍ଥା କ୍ରମାଗତ ଭାବରେ ରକ୍ତଦାନ ଶିବିରର ଆୟୋଜନ କରାଇ ରକ୍ତ ଭଣ୍ଡାର ମାନଙ୍କର ଆବଶ୍ୟକତା କୁ ପୂର୍ଣ କରିବାର ଚେଷ୍ଠା କରୁଛନ୍ତି ହେଲେ କିଛି ସମୟ ପରେ ପୁଣି ରକ୍ତର ଅଭାବ ପରିଲକ୍ଷିତ ହେଉଛି ।
ସୋହେଲା ମାରବାଡି ଯୁବା ମଞ୍ଚ ତରଫରୁ ଆସନ୍ତା କାଲି ଅର୍ଥାତ ରବିବାର ଦିନ ସହିଦ ପୀଠ ଘେଁସ କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଉଛି । ଏଠାରେ ସୂଚନା ଯୋଗ୍ୟ ଯେ ଯୁବା ମଞ୍ଚ ର ବିଭିନ୍ନ ଶାଖା ତରଫରୁ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥାଏ । ରବିବାର ହେବାକୁ ଥିବା ଏହି ଶିବିରରେ ଯୁବସମାଜ ଅଧିକ ରୁ ଅଧିକ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କରିବାକୁ ନିବେଦନ କରିଛନ୍ତି ମାନ୍ୟବର ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ । ରକ୍ତଦାତା ମାନଙ୍କଉଦ୍ଧେଶ୍ୟରେ ଦେଇଥିବା ଏହି ଭିଡିଓ ମେସେଜ ରେ ପ୍ରଥମେ ଅୟୋଜକ ଯୁବା ମଞ୍ଚ ର କାର୍ଯକର୍ତା ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହି ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଯୁବା ମ ମଞ୍ଚ ଦ୍ୱାରା ଆୟୋଜିତ ହେବାକୁ ଥିବା ରକ୍ତଦାନ ଶିବିରରେ ରକ୍ତଦାନ କରି ଲୋକଙ୍କ ଙ୍କର ଜୀବନ ବଞ୍ଚାଇବା ପାଇଁ ସହଯୋଗ କରିବାକୁ ନିବେଦନ କରିଛନ୍ତି ଶ୍ରୀ ସିଂ ।
ଏଠାରେ ସୂଚନାଯୋଗ୍ୟ ଯେ ଯୁବା ମଞ୍ଚ ତରଫରୁ ଆସନ୍ତା ରବିବାର ଘେଁସ ଓ ଆସନ୍ତା 18 ତାରିଖ ଦିନ ସୋହେଲା ଅଗ୍ରସେନ ଭବନ ରେ ରକ୍ତଦାନ ଶିବିରର ଆୟୋଜନ କରାଯିବ ।

Leave A Reply

Your email address will not be published.