ଭୁବନେଶ୍ୱର : ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠତା ଅଚ୍ୟୁତ ସାମନ୍ତଙ୍କୁ ଚେନ୍ନାଇସ୍ଥିତ ଭାରତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇଅର ଏଜୁକେସନ ଆଣ୍ଡ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ କରାଯାଇଛି । ଶୁକ୍ରବାର ବିଶ୍ୱବିଦ୍ୟାଳୟର ୩୯ତମ ଦୀକ୍ଷାନ୍ତ ସମାରୋହରେ ଶ୍ରୀ ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡିଏସ୍ସି ପ୍ରଦାନ କରାଯାଇଛି । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ କରାଯାଇଛି । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଶ୍ରୀ ସାମନ୍ତ ବ୍ୟକ୍ତିଗତ ଭାବେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇପାରି ନ ଥିବାରୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଦୁଃଖ ପ୍ରକାଶ କରିଥିଲେ । ଏହା ହେଉଛି ଶ୍ରୀ ସାମନ୍ତଙ୍କ ୫୨ତମ ଡକ୍ଟୋରେଟ । ଏହି ସମ୍ମାନ ପାଇଁ ଶ୍ରୀ ସାମନ୍ତ ଭାରତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇଅର ଏଜୁକେସନ ଆଣ୍ଡ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ଏହା ତାଙ୍କୁ ସମାଜ ପାଇଁ ଆହୁରି ଅଧିକ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହି ଦୀକ୍ଷାନ୍ତ ସମାରୋହରେ କେନ୍ଦ୍ର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ରାଜକୁମାର ରଞ୍ଜନ ସିଂହ, ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର କିରଣ ହଜାରିକା, ଭାରତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇଅର ଏଜୁକେସନ ଆଣ୍ଡ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ମହମ୍ମଦ ରେଲା, କୁଳପତି ପ୍ରଫେସର କେ. ବିଜୟ ଭାସ୍କର ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.