ଯେଉଁଠି ଶାନ୍ତି ଅଛି, ସେଠି ପ୍ରଗତି ଅଛି : ଅରୁଣ

0

୯ କୋଟି ଟଙ୍କାରେ ୩ ପ୍ରକଳ୍ପର ଶିଳାନ୍ୟାସ ଓ ୧୫ ଲକ୍ଷ ବ୍ୟୟରେ ୨ ପ୍ରକଳ୍ପ ଶୁଭ ଉଦ୍ଘାଟନ କଲେ ଅରୁଣ

ଓଡ଼ଗାଁ,୯।୬(ଶ୍ରୀକାନ୍ତ କୁମାର ମିଶ୍ର): ଯେଉଁଠି ଶାନ୍ତି ଅଛି, ସେଠି ପ୍ରଗତି ଅଛି । ଠିକ୍ ସେହିପରି ଗାଆଁ ଏବଂ ଗ୍ରାମ ପଞ୍ଚାୟତରେ ଶାନ୍ତି ବଜାୟ ରହିଲେ ନିରବଚ୍ଛିନ୍ନ ପ୍ରଗତି ହୋଇପାରିବ। ସୁନାମୁହିଁ ପଞ୍ଚାୟତର ଲଡୁପଲ୍ଲୀ ହେଉଛି ଏହାର ନିଛକ ଉଦାହରଣ। ଦିନେ ଯେଉଁ ଗାଁକୁ ବାଇକ୍ ଯାଇପାରୁନଥିଲା ଏବେ ସେଠାକୁ ୧୪ ଚକିଆ ଯାନ ଯାଇପାରିବ ବୋଲି ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ଶୁକ୍ରବାର ଓଡ଼ଗାଁ ଗସ୍ତରେ ଆସି ଅପରାହ୍ନରେ ୬ କୋଟି ୯ ଲକ୍ଷ୍ୟ ୭୯ ହଜାର ୪୩୬ ଟଙ୍କା ମଞ୍ଜୁର ହୋଇଥିବା କୋମଣ୍ଡ – କୁରାଳ ପୂର୍ତ୍ତ ରାସ୍ତାର ଉନ୍ନତିକରଣ, ସୁନାମୁହିଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନୂତନ ଗୃହ ଓ କୋମଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୯୭ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନୂତନ ଗୃହର ଶିଳାନ୍ୟାସ ଅଥବା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ସୁନାମୁହିଁ ପଞ୍ଚାୟତରେ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମିଶନ ଶକ୍ତି ଗୃହ ଓ କୋମଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଜୈବ ବର୍ଯ୍ୟବସ୍ତୁ ପରିଚାଳନା ଗୃହର ଶୁଭ ଉଦ୍ଘାଟନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷ ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟ ଝିଲ୍ଲି ପ୍ରଧାନ ବିରଜାଲକ୍ଷ୍ମୀ ସାହୁ, ବ୍ଲକ୍ ବିଡ଼ିଓ ସନ୍ତୋଷ କୁମାର ଜେନା,ଡା: ଭାଗିରଥୀ ପ୍ରଧାନ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା, ବ୍ଳକ ଆତ୍ମାର ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୂର୍ଯ୍ୟ ନାରାୟଣ ଚୈ।ଧୁରୀ, ମାନସ ସାହୁ,  କୋମଣ୍ଡ ସରପଞ୍ଚ ଦୀପିକା ସେଠୀ, ସୁନାମୁହିଁ ସରପଞ୍ଚ ରୀନା ନାୟକ, ସମିତି ସଭ୍ୟ ମାନସୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |

Leave A Reply

Your email address will not be published.