ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ରେଡିଓ ବସୁଧା – ଜିଲ୍ଲାପାଳ

0

ଢେଙ୍କାନାଳ,୯ା୬: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରଠାରେ ରେଡିଓ ବସୁଧାର ଶୁଭ ଉଦଘାଟନ ଦ୍ୱିତୀୟ ଦିବସରରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଦୁର୍ଗମ ଅଞ୍ଚଳର ଏକୁଲ ସେକୁଲ ଓ ପୁଟିପାଳ ଆଦି ଗାଁରେ ରେଡିଓ ବସୁଧା ପହଞ୍ଚି ପାରିବ । ହାତୀମାନଙ୍କର ଗତିବିଧି ହେଉ କି ସରକାରୀ ଯୋଜନା ସମ୍ପର୍କିତ ସୂଚନା, ଶିକ୍ଷା ଓ ସଂଚାରଣ କ୍ଷେତ୍ରରେ ରେଡିଓ ବସୁଧାର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ । ଓଡିଶା ଗୋଷ୍ଠୀ ବେତାର କେନ୍ଦ୍ରର ସଭାପତି ସୟଦ ଅବଦୁଲ ସଫିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ଏସ୍ପି ଜ୍ଞାନରଞ୍ଜନ ମହାପାତ୍ର ଯୋଗଦେଇ ରେଡିଓ ବସୁଧା ଲୋକମାନଙ୍କୁ ସଚେତନ କରିବା ସହିତ ସୂଚନା ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶାବ୍ୟକ୍ତ କରିଥିଲେ ।

ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କର ଯୋଗଦେଇ ରେଡିଓ ବସୁଧା ଭଳି ଗୋଷ୍ଠୀ ବେତାର କେନ୍ଦ୍ର ଲୋକଙ୍କ ବିକାଶ ଓ ସଚେତନତାର ପ୍ରମୁଖ ମାଧ୍ୟମ ହେବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଛୋଟ ଦୁର୍ବିପାକ, ବଜ୍ରପାତ, ସାପ କାମୁଡାଠାରୁ ଆରମ୍ଭ କରି ବଡ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ସୂଚନା ପ୍ରସାରଣରେ ଏହି ବେତାର କେନ୍ଦ୍ର ଗୁରୁଦାୟିତ୍ୱ ନେଉ ବୋଲି କହିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ, କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ପ୍ରମୁଖ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ବସୁଧା ଲୋକଙ୍କ ସେବାରେ ଆସିବ ବୋଲି କହିଥିଲେ ।

ଜିଲ୍ଲା ସାାମ୍ବାଦିକ ସଂଘର ସଂପାଦକ ସତ୍ୟସ୍ୱରୂପ ଦାସ ସ୍ୱାଗତ ଭାଷଣ ଓ ସ୍ୱେଚ୍ଛାସେବୀ ସଂସ୍ଥା ଇଡିଅଟର ଉପଦେଷ୍ଟା ବିପିନ ବିହାରୀ ଶତପଥୀ ଧନ୍ୟବାଦ ଦେଇଥିଲେ । ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave A Reply

Your email address will not be published.