କୁନିନ୍ଦା ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ

0

ଭୁବନ ଅଞ୍ଚଳର ବିକାଶ ପାଇଁ ଅର୍ଥ ର ଅଭାବ ରହିବ ନାହିଁ : ପ୍ରଫୁଲ୍ଲ ମଲ୍ଲିକ ।

ଭୁବନ ୮.୬- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଞ୍ଚାୟତରେ ବିଧାୟକ ଅନୁଦାନ ପାଣ୍ଠି,ଜିଲ୍ଲା ଖଣିଜ ପାଣ୍ଠି ଏବଂ ପଞ୍ଚାୟତ ସମିତି ପାଣ୍ଠି ରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପାଣ୍ଠି ରୁ ଏକ କମ୍ୟୁନିଟି ସେଣ୍ଟର,ଜିଲ୍ଲା ଖଣିଜ ପାଣ୍ଠି ରୁ ୨୦ ଲକ୍ଷ ଟଙ୍କା ବ୍ୟୟରେ କୁନିନ୍ଦା ପଞ୍ଚାୟତର ନୂତନ ଗୃହ, ୧୦ ଲକ୍ଷ ଟଙ୍କା ବ୍ୟୟରେ ତପୋବନ ହାଇସ୍କୁଲ ରେ ନୂତନ ଶ୍ରେଣୀଗୃହ ଓ ୫ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ସଭାଗୃହ କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି, ଫିତାକାଟି ଉଦଘାଟନ କରିଥିଲେ ।ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତ ପାଣ୍ଠିରୁ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିମନ୍ତେ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଆୟୋଜିତ ଉଦଘାଟନୀ ସଭାରେ ଯୋଗଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ କହିଥିଲେଯେ ଭୁବନ ଅଞ୍ଚଳର ବିକାଶ ପାଇଁ ଅର୍ଥ ର ଅଭାବ ରହିବ ନାହିଁ ଉନ୍ନୟନ ମୂଳକ କାର୍ଯ୍ୟରେ ସମସ୍ତଙ୍କର ସହଯୋଗ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ବିଡ଼ିଓ କଲ୍ୟାଣ ସୌରଭ ଦାସ, କୁନିନ୍ଦା ସରପଞ୍ଚ ଶ୍ରୀମତୀ କଲ୍ୟାଣୀ ସାହୁ,ସମିତି ସଭ୍ୟ ତାପସ ଆଏଚ, ବ୍ଲକ ଉପାଧ୍ୟକ୍ଷା ସରୋଜିନୀ ଦ୍ବିବେଦୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, କୁନିନ୍ଦା ର ପୂର୍ବତନ ସରପଂଚ ଅର୍ଜୁନ ସାହୁ , ବାରୁଆଁ ସରପଞ୍ଚ ବୀଣାପାଣି ସାହୁ, ଓଡ଼ିଶ ସରପଞ୍ଚ ମୋହନ ମହାନ୍ତ, ଧଳପଡା ସରପଞ୍ଚ ଶ୍ରୀନିବାସ ବେହେରା ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.