ମତ୍ସ୍ୟଚାଷ କୈନ୍ଦ୍ରିକ ସମନ୍ୱିତ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : କୈନ୍ଦ୍ରିକ ମଧୁର ଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା ଭୂବନେଶ୍ୱର (ସି.ଆଇ.ଇ.ଏଫ.ଏ) କୃଷି ବିଜ୍ଞାନ କେନ୍ଦ୍ର (କେ.ଭି.କେ) ଗଜପତି, ରା.ଉଦୟଗିରି ଏବଂ ଜିଲ୍ଲାର ବିଭିନ୍ନ କୃଷି ଭିତ୍ତିକ ବିଭାଗର ମିଳିତ ସହଯେଗରେ ସଉରା ଉନ୍ନୟନ ସଂସ୍ଥା ଆନୁକୁଲ୍ୟରେ ଆଜି ଚନ୍ଦ୍ରଗିରି ଠାରେ ମତ୍ସ୍ୟଚାଷ କୈନ୍ଦ୍ରିକ ସମନ୍ୱିତ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପମ ଶାହା ମୁଖ୍ୟ ଅତିଥି ତଥା କୃଷି ବୈଷୟିକ ଜ୍ଞାନ ପ୍ରୟୋଗ ବିଜ୍ଞାନ ଓ ଅନୁସନ୍ଧାନ ସଂସ୍ଥା କୋଲକାତାର ପ୍ରଧାନ ବୈଜ୍ଞାନିକ ଡଃ କଲ୍ୟାଣ ସୁନ୍ଦର ଦାସ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୃଷି ସଂପ୍ରସାରଣ  ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡଃ ମନୋରଞ୍ଜନ ମହାପାତ୍ର, କେଭିକେର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ ସଂଗ୍ରାମ ପରମଗୁର,  ଆଇ.ସି.ଏ.ଆର- ସି.ଆଇ.ଇ.ଏଫ.ଏର ମୁଖ୍ୟ ଡଃ ସୁଧାଂଶୁ ଶେଖର ମିଶ୍ର ପ୍ରଧାନ ବୈଜ୍ଞାନିକ ଡଃ ପି.ରାଉତରାୟ, କେ.ସି ଦାସ, ମୋହନା ବ୍ଲକର ବି.ଡି.ଓ ଶ୍ରୀ ବି.ଖୋସଲା, ସଉରା ଉନ୍ନୟନ ସଂସ୍ଥାର ବିଶିଷ୍ଠ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ତଥା ଚନ୍ଦ୍ରଗିରି ସମିତି ସଭ୍ୟ ଶ୍ରୀ ରାମଚନ୍ଦ୍ର ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମନ୍ୱିତ ପ୍ରଣାଳୀରେ ମତ୍ସ୍ୟପାଳନ ବିଷୟରେ ଆଲୋଚନା କରାଯାଇଥିଲା । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ୨ଟି ସ୍ୱୟଂ ସହାୟକଙ୍କ ଗୋଷ୍ଠୀକୁ ଆବର୍ତ୍ତୀ ସମ୍ଭଳ ଭାବରେ ୫୦୦୦/-ଟଙ୍କା ଅର୍ଥ ରାଶି ତଥା ୧୦୦ଟି କୁକୁଡା ଚିଆଁ, ଗୋଟିଏ ବସ୍ତା କୁକୁଡା ଖାଦ୍ୟ, ୧୦୦ଟି ମାଛ ଯାଆଁଳ, ମାଛ ପୋଖରୀ ପାଇଁ ୨ ବସ୍ତା ଚୁନ ଏବଂ ଗୋଟିଏ ବସ୍ତା ସାର, ୨ ବସ୍ତା ମାଛ ଖାଦ୍ୟ ଏବଂ ଛତୁ ମଞ୍ଜି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ କେଭିକେ ର ବୈଜ୍ଞାନିକ ରଶ୍ମିତା ଟପ୍ପୋ, ଶ୍ରୀ ଚନ୍ଦନ ମହାରଣା ତଥା  ସି.ଆଇ.ଇ.ଏଫ.ଏର ସତ୍ୟ ନାରାୟଣ ସାହୁ ସୂଚାରୁ ରୁପେ ସଂପାଦନା କରିଥିଲେ ।

 

 

Leave A Reply

Your email address will not be published.